” ଫରାସୀ ବିପ୍ଳବ ରେ ଦାର୍ଶନିକ ମାନଙ୍କ ଭୂମିକା ” ଶୀର୍ଷକ ପାଠଚକ୍ର ଅନୁଷ୍ଠିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଇତିହାସ ବିଭାଗ ପକ୍ଷରୁ” ଫରାସୀ ବିପ୍ଳବ ରେ ଦାର୍ଶନିକ ମାନଙ୍କ ଭୂମିକା ” ଶୀର୍ଷକ ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡ. ସି . ଏଚ୍. ଶାନ୍ତା କୁମାରୀଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ର ରେ ପ୍ରଥମ ବର୍ଷ ଛାତ୍ରୀ ଛାତ୍ର ଙ୍କୁ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କଲେଜ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର ପାଠଚକ୍ର ରେ ସଭାପତିତ୍ବ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭାଗୀୟ ଯୁକ୍ତ ୩ ବର୍ଷ ଛାତ୍ରୀ ଛାତ୍ର ଙ୍କ ପକ୍ଷରୁ ପାଠଚକ୍ର ବିଷୟ ବସ୍ତୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ତ୍ରିଲୋଚନ ରଇତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ସମସ୍ତ , ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ଙ୍କ ସମେତ ବିଭାଗୀୟ ଛାତ୍ରୀ ଛାତ୍ର ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


