କ୍ଷୀରଚୋରା ମଣ୍ଡଳରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଅନୁଷ୍ଠିତ
ରେମୁଣା, (ସରୋଜ ପଣ୍ଡା):ମଙ୍ଗଳବାର ଦିନ ବିରୁଆଁ ସରପଞ୍ଚ ସୁମନ୍ତ ଦାସଙ୍କ ନେତୃତ୍ୱରେ ରେମୁଣା ବିଜେପି ତରଫରୁ କ୍ଷୀରଚୋରା ମଣ୍ଡଳରେ “ମୋ ଦେଶ ମୋ ମାଟି” ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ, କ୍ଷୀରଚୋରା ମଣ୍ଡଳ ପ୍ରଭାରୀ କାର୍ତ୍ତିକ ଚନ୍ଦ୍ର ଗିରି,ପଞ୍ଚାୟତ ସଭାପତି ନିର୍ମଳ ଦାସ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ବାନ କ୍ରମେ ଦିଲ୍ଲୀରେ ହେବାକୁ ଯାଉଥିବା ସହିଦ ସ୍ମୃତି ଭବନ(ଅମୃତ ବାଟିକା) ପାଇଁ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଜରିଆରେ ସହିଦ ଯବାନ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ସର୍ବପ୍ରଥମେ ବର୍ତନା ଶିବ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା।ପରେ ବିରୁଆଁ ମାଟିର ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମସ୍ତ ଗ୍ରାମବାସୀଙ୍କ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ଦାସ,ମମି ଦାସ,ରମାକାନ୍ତ ଦାସ,କେଶବ ଦାସ,ନାରାୟଣ ଦାସ,କାର୍ତ୍ତିକ ଦାସ,ସନ୍ତୋଷ ପଣ୍ଡା,ଭାଗବତ ଦାସ ଇତ୍ୟାଦି ଉପସ୍ଥିତ ଥିଲେ।