କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍‌ଘାଟିତ

ଯୋଡ଼ା- କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ପକ୍ଷରୁ ବାଚୁ ହଟିଂଠାରେ ମଙ୍ଗଳବାର କ୍ଷୁଦ୍ର ଜୈବିକ ସାର ପ୍ରକ୍ରି୍ରୟାକରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଚଂପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ,ସମ୍ମାନୀତ ଅତିଥିଭାବେ ଚଂପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ,ସହରୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୂର୍ମୂ,ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ ।ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସଭା ପରିଚାଳନା କରିଥିଲେ ।ଏହା ପୂର୍ବରୁ ପୌରପାଳିକା କାର୍ଯ୍ୟାଳୟ ନିକଟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପ୍ରଶିକ୍ଷଣ କେନ୍ଦ୍ର ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ତାମିଲନାଡ଼ୁ ରାଜ୍ୟ ଢାନ୍‌ଚାରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ସହରବାସୀ ମଇଳା ଆବର୍ଜନାକୁ ଏଣେତେଣେ ନ ପକାଇ ପ୍ରତିଦିନ ପୌରଗାଡ଼ିକୁ ହସ୍ତାନ୍ତର କରନ୍ତୁ ଏବଂସହରକୁ ସ୍ୱଚ୍ଛ ଓ ସୁନ୍ଦରଭାବେ ଗଢିତୋଳିବା ଅତିଥିମାନେ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ