କ୍ଷୁଦ୍ର ବଣିକ ସଂଘ ସଦସ୍ୟ ତଥା ବ୍ୟବସାୟୀଙ୍କ ପରଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ସ୍ଥିତ କାହ୍ନା ସ୍ନାକ୍ସ ଏଣ୍ଡ ସୁଇଟସ ର ମାଲିକ ତଥା କ୍ଷୁଦ୍ର ବଣିକ ସଂଘର ସଦସ୍ୟ ପ୍ରଭାକର ବେହେରା (୪୬) ଙ୍କ ରବିବାର ସକାଳେ ନିଜ ବାସ ଭବନ ଇଲେକ୍ଟ୍ରି ସାହି ଠାରେ ପରଲୋକ ହୋଇଛି | ଏହି ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ସମଗ୍ର ବସଷ୍ଟାଣ୍ଡ ପରିବେଶ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଏହାକୁ ସମ୍ମାନ ଜଣାଇ କ୍ଷୁଦ୍ର ବଣିକ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ରଖି ଥିଲେ l ଏକାଧାରରେ ସେ ଜଣେ ପରୋପକାରୀ, ମିଷ୍ଟ ଭାଷୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ, ଝିଅ, ଭାଇ, ବୋହୁ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ବ୍ୟକ୍ତି, ସାଙ୍ଗ, ସାଥି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ