କ୍ଷୟକ୍ଷତିର ସଠିକ ଆକଳନ ପୂର୍ବକ ଚାଷୀଙ୍କୁ ତୁରନ୍ତ ସହାୟତା ଦାବିକଲା ଜନସେବା ସଂଗଠନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଜନସେବା ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଚଂଳ ପରିଦର୍ଶନ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଭେଟିବା ସହ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଗୋଟିଏ ପରେ ଗୋଟିଏ ସମସ୍ୟା ଦେଇ ଗତି କରୁଥିବା ଚାଷୀଭାଇମାନଙ୍କର ରବି ଫସଲ ଅଦିନିଆ ବର୍ଷାରେ ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ସମୟରେ ବାତ୍ୟା ଅମ୍ଫାନ ମଧ୍ୟ ସେମାନଙ୍କ ଉପରେ ଦାଉସାଧିଛି । ତେଣୁ ଆଉ ବିଳମ୍ବ ନକରି ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତିର ସଠିକ ଆକଳନ କରାଯିବା ସହିତ ପ୍ରକୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଉଚିତ କ୍ଷତିପୁରଣ ଯୋଗାଇ ଦେବାକୁ ଜନସେବା ସଂଗଠନ ଦାବି କରିଛି । ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତିରେ ହିତାଧିକାରୀ କ୍ଷତି ପୁରଣ ପାଇନଥିବାର ନଜିର ରହିଥିବାରୁ ସଂଗଠନ ପକ୍ଷରୁ ତୁରନ୍ତ ପଦକ୍ଷେପ ପାଇଁ ଦାବି ହୋଇଛି । ସଂଗଠନ ପକ୍ଷରୁ ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିକାଶ ସ୍ୱାଇଁ,ରଶ୍ମିରଞ୍ଜନ ସ୍ୱାଇଁ,କେଶବ ମିଶ୍ର,ପ୍ରମୋଦ ମହାନ୍ତି ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ