କ୍ୟାନଫେଷ୍ଟ-୨୦୨୧:ତୃତୀୟ ସଂନ୍ଧ୍ୟାରେ ନାଟକ ଅଭିନେତ୍ରୀ ମଂଚସ୍ଥ

ପାରାଦ୍ୱୀପ (ପୀତବାସ ପ୍ରଧାନ):ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କ୍ୟାନ୍‌ମାସ୍‌’ ଦ୍ୱାରା ଆୟୋଜିତ ୧୮ତମ ଜାତୀୟ ନାଟ୍ୟ ମହୋତ୍ସବ ‘କ୍ୟାନଫେଷ୍ଟ-୨୦୨୧’ ପାରାଦ୍ୱୀପର ଜୟଦେବ ସଦନ ଠାରେ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଦୀର୍ଘ ୬ଦିନ ଧରି ଚାଲିବ । ଉଦ୍‌ଘାଟନୀ ସଂନ୍ଧ୍ୟାରେ ନୂଆଦିଲ୍ଲିର ଆର୍ଟ ନାଟ୍ୟ ସଂସ୍ଥା ପକ୍ଷରୁ ହିନ୍ଦି ଭାଷୀ ନାଟକ ‘ନାଗିନ୍ ତେରା ବଂଶ ବଢେ’ ମଂଚସ୍ଥ ହୋଇଥିବା ବେଳେ ଦ୍ୱିତୀୟ ସଂନ୍ଧ୍ୟାରେ ପାଟନାର ପ୍ରାଙ୍ଗଣ ଅନୁଷ୍ଠାନ ପକ୍ଷରୁ ହିନ୍ଦି ନାଟକ ଚାରୁଲତା ପ୍ରଦର୍ଶିତ ହୋଇଥିଲା । ସେହିପରି ତୃତୀୟ ସଂନ୍ଧ୍ୟାରେ ଭୁବନେଶ୍ୱରର ଡାଇନାମିକ ପ୍ଳାଟଫର୍ମ ପକ୍ଷରୁ ଓଡିଆ ନାଟକ ‘ଅଭିନେତ୍ରୀ’ ମଂଚସ୍ଥ ହୋଇଥିଲା । ତେବେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଓ ଏହାର କଳାକାର ମାନଙ୍କର ନିପୁଣ ଓ ଦକ୍ଷ ଅଭିନୟ ଦର୍ଶକ ମାନଙ୍କୁ ବେସ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ଏହି ନାଟ୍ୟ ମହୋତ୍ସବ ଆକର୍ଷଣୀୟ ହେଉଥିବାର ଦେଖିବାକୁ ମିଳୁଛି । ତେବେ କରୋନା ମହାମାରୀର ପ୍ରକୋପ ଓ ଏହାର ଆଚରଣ ବିଧି ନିୟମ ଯୋଗୁଁ ସାଧାରଣ ଲୋକେ ଦୀର୍ଘ ଏକ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମରୁ ବଂଚିତ ଥିଲାବେଳେ ଚଳିତ କ୍ୟାନ୍‌ଫେଷ୍ଟ-୨୦୨୧ ନାଟ୍ୟ ମହୋତ୍ସବରେ ଜନ ସମାଗମ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ କ୍ୟାନ୍‌ମାସର ଆୟୋଜକମାନେ କୋଭିଡ୍ ନିୟମ ବଳବତର ରଖିବା ପାଇଁ ଜୟଦେବ ସଦନରେ ଦର୍ଶକଙ୍କୁ ସାମାଜିକ ଦ୍ୱରତ୍ୱ ରକ୍ଷାକରି ବସାଉଥିବା ଓ ମାସ୍କ ପରିଧାନ କରାଉଥିବା ଦେଖିବାକୁ ମିଳୁଛି । ଏହି ମହୋତ୍ସବର ସଫଳତା ରେ କ୍ୟାନମାସ ସଂପାଦକ ଶ୍ରୀମନ ନାରାୟଣ ମିଶ୍ର ଓ ସଭାପତି ଅତୁଲ୍ୟ ମହାପାତ୍ରଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ