କ୍ୟାବିନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ନିମାପଡ଼ା/ଚାରିଛକ (ଜୁଗାବ୍ଦ ନ୍ୟୁଜ୍): ନିମାପଡ଼ା କୁଶଭଦ୍ରା ବ୍ରିଜ୍ ନିକଟରେ କ୍ୟାବିନ୍ ପକାଇ ପ୍ଲାଷ୍ଟିକ୍ ଦୋକାନ କରିଥିବା ଅଣ୍ଢିଆ ସାହି ଗ୍ରାମର ବିଜୟ ବେହେରାଙ୍କ ଦୋକାନ ସର୍ଟସର୍କିଟ୍ ଯୋଗୁଁ ସମ୍ପୂର୍ଣ୍ଣ ଜଳିଯାଇଛି । କ୍ୟାବିନରେ ଥିବା ପ୍ରାୟ ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ ପୋଡ଼ି ଯାଇଛି । ରାତି ୧୧ଟା ବେଳେ ବିଜୟ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳେ ଦୋକାନ ଜଳୁଥିବା ଖବର ପାଇ ଆସି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ଯାଇଥିଲା । ଏ ସମ୍ପର୍କରେ ବିଜୟ ନିମାପଡ଼ା ଥାନା ଓ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଅଗ୍ନିବିପନ୍ନ ବିଜୟଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।