ସରକାରୀ ବିହନ କେନ୍ଦ୍ରରେ ବିହନ ମିଳୁନି

କଣାସ (ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଯୋଗୁଁ କଣାସ ବ୍ଳକର ଚାଷୀମାନେ ବାସଗୃହ ହରାଇବା ସହିତ ଅନେକ ଚାଷୀ ଖରାଟିଆ ପାଚିଲାଧାନ ହରାଇ ବସିଛନ୍ତି । ଚାଷୀମାନେ ସାରଦ ଧାନ ଚାଷପାଇଁ ଜମି ପ୍ରସ୍ତୁତି କାର୍ଯ୍ୟ ସାରିଦେଇ ଅକ୍ଷୟ ତୃତିଆ ଦିନ ମୁଠି ଅନୁକୂଳ କରି ଜମିରେ ଧାନ ବୁଣିବା ପାଇଁ ଧାନ ବିହନ କିଣିବାକୁ କୃଷି ଅଫିସ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ବିହନ କେନ୍ଦ୍ରକୁ ଦୌଡିଦୌଡି ନିରାଶ ହେଉଛନ୍ତି । ପଞ୍ଚୁପଦ୍ମା ମହିଳା ବହୁମୁଖୀ ସମବାୟ ସମିତିର ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ୱର୍ଣ୍ଣମୁଖୀ , ପୂଜା, ୧୦୦୯, ୧୦୧୮, ସାରଳା, ଆରଜିଏଲ୍, ୧୦୭୫ ଧାନ ବିହନ ଆଣିବା ପାଇଁ ୧୫ ଦିନ ହେଲା ୫ ଲକ୍ଷ ୬୧ ହଜାର ୨ଶହ ଟଙ୍କା ସିଡିସ୍ କର୍ପୋରେସନରେ ଜମା କରିଛୁ । କିନ୍ତୁ ସେମାନେ ଧାନ ବିହନ ପଠାଉନାହାନ୍ତି । ଏ ସଂପର୍କରେ କଣାସ କୃଷି ଅଧିକାରୀ ପ୍ରତିମା ଖଣ୍ଡାୟତରାୟ କହିଛନ୍ତି ଆଜି ଇଣ୍ଡେଣ୍ଟ ଦସ୍ତଖତ ହୋଇଯାଉଛି । ଖୁବ୍ ଶୀଘ୍ର ବିହନ ଆସିଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ