କ୍ୟାରିଅର ପାୱାର ଆବାସୀକ କୋଚିଂ ସେଣ୍ଟରରେ ରହୁଥିବା +୨ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଜଳା ନିକଟସ୍ଥ କ୍ୟାରିଅର ପାୱାର ନାମକ ଏକ ବେସରକାରୀ ଆବାସୀକ କୋଚିଂ ସେଣ୍ଟରରେ ରହି +୨ ପାଠ ପଢୁଥିବା ଜନୈକ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଫୋରଡ ଗ୍ରାମର ସୁବାଷ ଚନ୍ଦ୍ର ମୁଦୁଲିଙ୍କ ଅଭିଯୋଗ ଅନୁଯାଇ ତାଙ୍କ ପୁଅ ସୁବ୍ରତ ମୁଦୁଲି(୧୭) କ୍ୟାରିଅର ପାୱାର ଆବାସୀକ କୋଚିଂ ସେଣ୍ଟରରେ ରହି +୨ ପାଠ ପଢୁଥିଲେ । ସୁବାଷ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କୁ ସାଙ୍ଗରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଶନିବାର ରାତି ପ୍ରାୟ ୯ଟା ସମୟରେ ତାଙ୍କ ପୁଅ ସୁବ୍ରତକୁ ଅଚେତ ଅବସ୍ଥାରେ କିଛି ଯୁବକ ଟେକି ଟେକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରକୁ ନେଉଥିବା ସୁବାଷ ଦେଖିଥିଲେ । ସେ ସମୟରେ ଦାୟୀତ୍ୱରେ ଥିବା ଡାକ୍ତର ସୁବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ସୁବ୍ରତ ଅସୁସ୍ଥ ଥିବା ସମ୍ପର୍କରେ ସଂପୃକ୍ତ କୋଚିଂ ସେଣ୍ଟର ପକ୍ଷରୁ ତାଙ୍କ ବାପା ସୁବାଷଙ୍କୁ କୈାଣସି ସୂଚନା ପ୍ରଦାନ କରାଯାଇନଥିଲା । ତାଙ୍କ ପୁଅ ସୁବ୍ରତକୁ ସଂପୃକ୍ତ କୋଚିଂ ସେଣ୍ଟରର ଆଶିଷ ସ୍ୱାଇଁ, ସୁବାଶିଷ ସ୍ୱାଇଁ, ବିଶ୍ୱଜିତ ବେହୁରା ଏବଂ ରାତ୍ରୀ ଜଗୁଆଳ ସଚ୍ଚିଦାନନ୍ଦ ପ୍ରହରାଜ ମିଳିତ ଭାବରେ ମାରିଦେଇଥିବା ସୁବାଷ ଅଭିଯୋଗ କରିଛନ୍ତି । ସଦର ଥାନା ପୋଲିସ ୨୩୧/୨୦୨୩ରେ ଆଇପିସିର ୩୦୨ ଓ ୩୪ଦଫାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ