କୟଳପଡା, ବାଣୀପଦା ଓ ନପଙ୍ଗ ପଞ୍ଚାୟତ ସଟଡାଉନ ହେଲା

ଚୌଦ୍ୱାର : (ଦୀପକ୍ କୁମାର ବେଉରା) କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକର ତିନୋଟି ଗ୍ରାମପଞ୍ଚାୟତ କୁ କରୋନା ସଂକ୍ରମିତ ଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ପାଇବା ପରେ ସଟଡାଉନ ଘୋଷଣା କରାଯାଇଛି ।ସେଗୁଡିକ ହେଲା କୟଳପଡା, ବାଣୀପଦା ଓ ନପଙ୍ଗ ପଞ୍ଚାୟତ । କୟଳପଡା ପଞ୍ଚାୟତରେ ପୂର୍ବରୁ ସଂକ୍ରମିତ ହୋଇଥିବା ତିନି ଜଣ ଙ୍କ ପରିବାର ଓ କଣ୍ଟ୍ରାକ୍ଟ ଟ୍ରେସିଂ ରେ ଠାବ ଲୋକମାନଙ୍କ ପରୀକ୍ଷା କରାଯିବା ପରେ ୧୩ଜଣ ଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।ଏହାପରେ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନ ରବିବାର ସନ୍ଧ୍ୟା ୭ଟାରୁଅଗଷ୍ଟ ୨୬ତାରିଖ ସନ୍ଧ୍ୟା ସାତଟା ଯାଏଁ ପଞ୍ଚାୟତ କୁ ସଟଡାଉନ ଘୋଷଣା କରିଛନ୍ତି ।ସେହିପରି ବାଣୀପଦା ପଂଚାୟତର ଜଣେ ଅଙ୍ଗନବାଡି କର୍ମୀ ଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ପଞ୍ଚାୟତର ୫,୬,୭,୮,୯ନମ୍ବର ୱାର୍ଡ କୁ ଅଗଷ୍ଟ ୨୫ ତାରିଖ ୫ଘଟିକା ଯାଏଁ ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ସଟଡାଉନ ଘୋଷଣା କରିଛନ୍ତି ।ଅନୁରୂପ ଭାବେ ନପଙ୍ଗ ପଞ୍ଚାୟତକୁ ମଧ୍ୟ ସରପଞ୍ଚ ଅଗଷ୍ଟ ୨୪ସକାଳ ସାତ ଟାରୁ ୨୬ତାରିଖ ବୁଧବାର ରାତି ଆଠଟା ପର୍ଯ୍ୟନ୍ତ ସଟଡାଉନ କରିଛନ୍ତି । ସମସ୍ତ ଆକ୍ରାନ୍ତମାନଙ୍କୁ ବିଭିଣ୍ଣ କୋବିଡ଼ ଚିକିତ୍ସାଲୟରେ ଭର୍ତି କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ