କ.ନୂଆଗାଁ ଅଂଚଳ ରୁ ନାବାଳକ ଉଦ୍ଧାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି l ନାବାଳକ ଟି କେଉଁ ଆଡୁ ଆସି କ.ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା l ପଚାରିଲେ କିଛି ଉତ୍ତର ଦେଉନି l ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି ୧୦୯୮ କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମ ର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକ କ.ନୂଆଗାଁ ଯାଇ ନାବାଳକ ଟିକୁ ଉଦ୍ଧlର କରିଥିଲେ l ନାବାଳକ କିଛି କହିପାରୁନଥିବାରୁ ସେ କେଉଁ ଅଂଚଳ ର ନିଜର ନାଁ, କି ବାପାଙ୍କ ନାଁ, ଠିକଣା ଜାଣିଵା ମୁସ୍କିଲ ହୋଇପଡିଛି l ନାବାଳକ କୁ ଶିଶୁ ମଂଗଳ କମିଟୀ ରେ ହାଜର କରିବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତ କେନ୍ଦୁପଦରରେ ଥିବା ଗୋପବନ୍ଧୁ ବାଳାଶ୍ରମ ରେ ଥଇଥାନ କରାଯାଇଛି l ନାବାଳକ ର ବୟସ ପନ୍ଦର ବର୍ଷ ବୋଲି ଅନୁମାନ କରାଯାଉଛି l କେହି ସହୃଦୟ ଵ୍ୟକ୍ତି ବିଶେଷ ଯଦି ଏହି ନାବାଳକ ସମ୍ପର୍କରେ ଖବର ପାଇଲେ ଚାଇଲଡ଼ ଲାଇନ, ଫୁଲବାଣୀ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l