ଖଜୁରୀପଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ ଉତ୍ସବ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡା ପଂଚାୟତ ସମିତି ସଭାଗୃହରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ସହାୟତା ପ୍ରମାଣପତ୍ର ପଂଚାୟତ ସମିତି ଅଧିନସ୍ଥ କଳାକାର ମାନଙ୍କୁ ବଣ୍ଟନ କରାଯାଇଛି। ପୂର୍ବରୁ ପଂଚାୟତ ସମିତି କାର୍ଯ୍ୟାଳୟରେ କଳାକାର ମାନେ ଦରଖାସ୍ତ ମାଧ୍ୟମରେ କଳାକାର ସହାୟତା ପାଇଁ ଆବେଦନ କରିଥିବା ବେଳେ ଚୟନ ପାଇଁ ବିଚାରକ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ପ୍ରକୃତ କଳାକାର ମାନଙ୍କୁ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ ମଧ୍ୟ କରାଯାଇ ଚୟନ କରାଯାଇଥିଲା। ବ୍ଲକରେ ସମୁଦାୟ ୯୪ ଜଣ କଳାକାର ଆବେଦନ କରିଥିବା ବେଳେ ସେଥିରୁ ୬୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଯୋଗଦେଇ ସମୁଦାୟ ୫୫ ଜଣ କଳାକାରଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ