ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି । ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି । କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା, ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ । ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି । ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍ ରହିଛି ।