ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ନେଇ ଛାତ୍ର ସଂଗଠନ ମାନଙ୍କୁ ଆହ୍ୱାନ

ବ୍ରହ୍ମପୁର,(ଅନିଲ କୁମାର):ଦକ୍ଷିଣ ଓଡିଶାର ଅନ୍ୟତମ ମୁଖ୍ୟ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଓ ଅଧ୍ୟାପକ, ପ୍ରାଧ୍ୟାପକ ପଦବୀ ପୂରଣ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ପୂର୍ଣ୍ଣ ସମର୍ଥନ କରିଛି l ଏତଦସହ ଏହି ଐତିହାସିକ ଶିକ୍ଷାନୁଷ୍ଠାନର ବିଭିନ୍ନ ଶିକ୍ଷାଗତ ସମସ୍ୟା, ପଦବୀ ପୂରଣ ଆଦି ପାଇଁ ଆଗେଇ ଆସିବାକୁ ସହରର ବିଭିନ୍ନ ଛାତ୍ର ସଂଗଠନ, ପୁରାତନ ଛାତ୍ର ନେତାଙ୍କ ସହ ବୁଦ୍ଧିଜୀବୀ ଓ ଏଠାରୁ ପାସ କରି ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ