ଖଳନାୟକ ଚରିତ୍ରରେ ଅକ୍ଷୟ

ବଲିଉଡ୍ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ ଅଭିନୟ ଦେଖିବାକୁ ମିଳିବ । ଧୁମ-୪ରେ ଅକ୍ଷୟ ଖଳନାୟକ ଚରିତ୍ରରେ ନଜର ଆସିବେ । ଏଥିରେ ଅକ୍ଷୟଙ୍କ ସହ ୨୦୧୭ର ମିସ୍ ୱାର୍ଲଡ ମାନୁଷୀ ଛିଲ୍ଲର ବି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ଫିଲ୍ମର ପ୍ରଯୋଜକ ଓ ଅକ୍ଷୟ କୁମାରଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା କୁହାଯାଉଛି । ୟଶରାଜ ପ୍ରଡକ୍ସନରୁ ଏନେଇ କୌଣସି ସ୍ପଷ୍ଟିକରଣ ମିଳି ନ ଥିବା ବେଳେ ଚଳିତ ବର୍ଷର ଶେଷ ଆଡକୁ ଏହା ବାବଦରେ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଧୁମ୍ ଫିଲ୍ମ ବିଶେଷ ଭାବରେ ଖଳନାୟକ ଚରିତ୍ର ପାଇଁ ଜଣାଶୁଣା । ଫିଲ୍ମର ପ୍ରଥମ ସିରିଜରେ ଖଳନାୟକ ଚରିତ୍ରରେ ଜନ୍ ଆବ୍ରାହମ୍ ଅଭିନୟ କରିଥିବା ବେଳେ ଦ୍ୱିତୀୟରେ ହ୍ରିତିକ ରୋଶନ ଓ ତୃତୀୟରେ ଅମିର ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଳା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ