ଖଳନାୟକ ହେବାକୁ ମନାକଲେ ରାଜକୁମାର

ମୁମ୍ବାଇ : ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ଆଗାମୀ ପ୍ରୋଜେକ୍ଟ ‘ଗାନ୍ଧୀ ଭର୍ସେସ୍‌ ଗଡ଼ସେ’ରେ କାମ କରିବା ଲାଗି ରାଜକୁମାରଙ୍କୁ ଆପ୍ରୋଚ୍‌ କରାଯାଇଥିଲା । ହେଲେ ସେ ଏହାକୁ ସ୍ପଷ୍ଟ ମନା କରିଦେଇଛନ୍ତି । ଶୁଣିବାକୁ ମିଳିଛି ଯେ, ନିର୍ଦ୍ଦେଶକ ସନ୍ତୋଷୀ ରାଜକୁମାରଙ୍କୁ ଏହି ଫିଲ୍ମରେ ନାଥୁରାମ ଗଡ଼ସେଙ୍କ ଭୂମିକା ଅଫର୍‌ କରିଥିଲେ । ହେଲେ ରାଜକୁମାର କ୍ୟାରିୟରର ଏହି ଷ୍ଟେଜ୍‌ରେ ନେଗେଟିଭ୍‌ ଚରିତ୍ରକୁ ନିଭାଇବା ଲାଗି ପସନ୍ଦ କରିନାହାନ୍ତି ।
ରାଜକୁମାର ରାଓଙ୍କୁ ଇଣ୍ଡଷ୍ଟ୍ରୀରେ ଭେରାଇଟି ରୋଲ୍‌ ପ୍ଲେ କରୁଥିବା କଳାକାର ଭାବେ ଗଣାଯାଏ । କିନ୍ତୁ ଏଇ କିଛିଦିନ ହେବ ରାଜକୁମାର ଦେଖି ଚାହିଁ ଫିଲ୍ମ ସାଇନ୍‌ କରୁଥିବା ଜଣାଯାଇଛି । କାରଣ ଫିଲ୍ମ ‘ସ୍ତ୍ରୀ’ ପରେ ରିଲିଜ୍‌ ହୋଇଥିବା ତାଙ୍କର ୬ଟି ଫିଲ୍ମ ମଧ୍ୟରୁ ୫ଟିକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିନଥିଲା । ସୂଚନା ଯୋଗ୍ୟ ଯେ, ନାଥୁରାମ ଗଡ଼ସେ ରୋଲ୍‌କୁ ରାଜକୁମାର ମନା କରିବା ପରେ ଏହି ଫିଲ୍ମରେ ଗାନ୍ଧୀଙ୍କ ଭୂମିକା ଲାଗି ମଧ୍ୟ କଳାକାର ଇଚ୍ଛା ପ୍ରକାଶ କରୁନଥିବା ଜଣାପଡ଼ିଛି । ଗାନ୍ଧୀଙ୍କ ଭୂମିକା ପାଇଁ ନସୁରୁଦ୍ଧିନ୍‌ ଶାହାଙ୍କୁ ଆପ୍ରୋଚ୍‌ କରାଯାଇଥିବା ପ୍ରଡ୍ୟୁସର୍‌ ସନ୍ତୋଷୀ କହିଛନ୍ତି । ଏହାପୂର୍ବରୁ ବାପୁଙ୍କ ରୋଲ ପାଇଁ ‘ଲଗେ ରହୋ ମୁନ୍ନା ଭାଇ’ ଫେମ୍‌ ଦିଲ୍ଲୀପ୍‌ ପ୍ରଭାବଳକରଙ୍କୁ ଆପ୍ରୋଚ୍‌ କରାଯାଇଥିଲେ ମଧ୍ୟ ସେ ଏହାକୁ ମନା କରିଦେଇଥିଲେ । ଏହି ଫିଲ୍ମର ଶୁଭ ମହୁରତ୍‌ର ସଟ୍‌ ଗାନ୍ଧୀଙ୍କ ବଳିଦାନ ଦିବସ ଜାନୁଆରୀ ୩୦ରେ ସୁଟ୍‌ କରିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ