ଖଳିପଲ୍ଲୀରେ ୫ ବଖରା ପୋଡି ପାଉଂଶ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଖଳିପଲ୍ଲୀ ଚଷା ସାହିରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସଂମ୍ପୂର୍ଣ୍ର ଧ୍ୱଂସ ହୋଇଯାଇଛି । ଏହି ଅଗ୍ନକାଣ୍ଡ ସଟସର୍କିଟ କାରଣରୁ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୫ ଟି ବଖରା ପୋଡି ସଂମ୍ପୂର୍ଣ୍ଣ ଧ୍ୱଂସ ହେବା ସହ ଲକ୍ଷାଥିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଅଗ୍ନବିପନ୍ନ ମାନେ ହେଲେ ଦୁର୍ଯ୍ୟୋଧନ ନାୟକ , ଦୁଶାସନ ନାୟକ ,ଗଣେଶ୍ୱର ନାୟକ ,ଅନ୍ତର୍ଯ୍ୟାମୀ ନାୟକ ,ଙ୍କର ଘର ଗୁଡିକ ପୋଡି ପାଉଂଶ ହୋଇଯାଇଛି । ବାହାଘର ପାଇଁ ରଖାଯାଇିଥିବା ସମସ୍ତ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି । ନିଆଁ ଲାଗିବାର ବିଳମ୍ଭରେ କଲ କରିବାରେ ଦଳକଳ ପହଞ୍ଚିଲା ବେଳକୁ ୫ ଟି ବଖରା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ସମାଜସେବୀ ,ପୂର୍ବତନ ସମିତି ସଭ୍ୟ ,ସମେତ ଗ୍ରାମବାସୀ ପରିବାର ମାନଙ୍କୁ ବିଜୁ ପକ୍କାଘର ଯୋଗାଇଦେବା ଦେବା ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ।