ଖାଲିପଡ଼ିଛି ଦୁଇ ଅଧିକାରୀଙ୍କ ପଦବୀ; ଅନ୍ୟପଟେ ରାସ୍ତା ମରାମତି ରେ ଦୃନତି ର ଗନ୍ଧ

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା କେନ୍ଦ୍ର ସରକାର ଙ୍କ ଦ୍ୱାରା ବିଭିନ ଯୋଜନା ଗରିବ ଙ୍କ ପାଇଁ ଲୋକ ଲୋଚନ କୁ ଆସିଥିବା ବେଳେ ତାହା ଲୋକ ଙ୍କ କାମରେ ଅସୁନି | ଯେପରିକି ଆଇୟା ସମାନ ଯୋଜନା ,ଉଜଳା ଯୋଜନା ସେହି ପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନାକୁ ମାତ୍ର | ଅନ୍ୟପଟେ ରାଜ୍ୟ ସରକାର ଙ୍କ ଦ୍ୱାରା ମଧ୍ୟ ବହୁ ଯୋଜନାର ଶୁଭ ଆରମ୍ଭ ହଇଥିଲେ ଭି କିଛି ସରକାରୀ ବାବୁ ମନେ ଚଳୁ କରି ଲୁଟିବାରେ ଲାଗିଛନ୍ତି | ବିଜୁ ପକ୍କା ଘର, ସ୍ୱାସ୍ଥ୍ୟ କାଡ଼, ରେସନ କାଡ଼ ସବୁରେ ଦୃନତି ଏପରିକି ବିଜୁ ପକା ରାସ୍ତା କିମ୍ବା ବିଜୁ ସେତୁରେ ଭି ଲୁଟ | ଏଭଳି ଘଟଣା ଘଟିଛି ମୋହନା ନିର୍ବାହୀ ଯନ୍ତ୍ରୀ କାର୍ଯଳୟ ଅଧିନସ୍ଥ ମାତ୍ର୧୦ରୁ୧୫କିମି ପରେ ଅନେକ ଗ୍ରାମକୁ ସଞ୍ଜଗୋ କରିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା | ଏକ ବର୍ଷ ନ ପୁରୁଣୁ ରାସ୍ତାରୁ ପିଚୁ ବାହାରି ଆଣ୍ଠେ ଖାଲ, ଯେପରିକି ରାସ୍ତା ନାହିଁ ଏହା ଏକ ଚାଷ ଜମି ପାଲଟିଛି ଗଲା |ତିତିଲି ଠାରୁ ରାସ୍ତା ର ଅବସ୍ଥା ସୋଚନୀୟ ହୋଇ ପଡିଛି | ଅଭିଯୋଗ କରା ଯାଇଥିଲେ ବି କୌଣସି ସଠିକ ଉତର ମିଳୁନି କି ରାସ୍ତା ମରାମତି ହୋଇ ପାରି ନାହିଁ | ଯାହା ଫଳରେ ଲୋକେ ନିଜେ ରାସ୍ତା ମରାମତି କରିଛନ୍ତି, ଏପରିକି ବିଭିନ ରାସ୍ତା ରେ ଖାଲ ଖମା ହୋଇ ପଡିଛି | କୌଣସି ଯନ୍ତ୍ରୀ କି ଉପରସ୍ତ ଅଧିକାରୀଙ୍କ ନଜରକୁ ଆସିଥିଲେ ଭି ଏହାକୁ ମରାମତି ନକରି ଟଙ୍କା ଉଟାଇ ହଡପ କରିଛନ୍ତି ଅଧିକାରୀ ମାନେ | ଏହି ବିଷୟରେ ଜଣାଇଲେ ଦାଇତ୍ୱ ରେ ଥିବା ପାରଳାଖେମୁଣ୍ଡି ନିର୍ବାହି ଅଧିକାରୀ ଶ୍ରୀଧର ନାୟକ କହିଛନ୍ତି ଆମକୁ ରାସ୍ତାର ଫୋଟୋ ଦିଅ ମୁ ବିଚାର କରିବି ଓ ସବୁ ରାସ୍ତା ଗୁଡ଼ିକ ସିମେଣ୍ଟ ଗୁଣ୍ଡୁଉପରେ ପିଚୁ ପଡୁଛି ତେଣୁ ଉଠିଯିବ |ଆଉ ମୁଁ ଅଳ୍ପ ଦିନ ପାଇଁ ଦାଇତ୍ୱ ରେ ଅଛି ତେଣୁ ଏବିଷୟରେ ମତେ ଜଣା ନାହିଁ | ସେପରି ଯନ୍ତ୍ରୀ ଶିଵରାମ ସାହୁ ଏହି ରାସ୍ତା ଗୁଡିକ ର ତଦାରଖ କରୁଛନ୍ତି କିନ୍ତୁ ନିଜ ଇଚ୍ଛାରେ |ତେବେ ଏଭଳି ଅଧିକାରୀ ମାନେ ଯଦି ନିଜ ଦାଇତ୍ୱ ନେଇ ରାସ୍ତା ର ତଦାରଖ ନ କରି ମୋଟା ଅଙ୍କରେ ପିସି ନେଉଛନ୍ତି ତେବେ ରାସ୍ତା ମରାମତି କାହିଁକି ହେଉନି ବୋଲି ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି | ସେହି ପରି ଆଜିକୁ ୭ମାସ ହେଲା ସହକାରୀ ଯନ୍ତ୍ରୀ ଙ୍କ ପଦବୀ ଖାଲି ପଡ଼ିଛି କିନ୍ତୁ କେହି ଆସିନାହାନ୍ତି | ସେଭଳି ନିର୍ବାହ ଅଧିକାରୀଙ୍କ ପଦବୀ ଗୋଟେ ମାସ ହେଲା ଖାଲି ପଡ଼ିଛି କିନ୍ତୁ କାହାରି ଦେଖା ନାହିଁ | ସବୁ ରାସ୍ତା ରେ ଖାଲ ପିଚୁ ଉଠି ରହିଛି ଯାହା ଫଳରେ ୧୦୮ମଧ୍ୟ ଗାଁ କୁ ଆସିପାରୁନି | କି ଜଣେ କେବେ ଦୃଘଟଣା ରେ ନିରୀହ ଜୀବନ ଗୋଲା ପରେ ଅଧିକାରୀ ଓ ସରକାର ଙ୍କ ଚେତା ଫେରିବ କେବେ ନିର୍ମାଣ ହେବ ଆଉ ଗାଁ କୁ ଗାଡି ଯିବା |ପ୍ରକାଶ ଥାଉକି ମୋହନା ଆଦିବାସୀ ବହୁଳ ଅଞ୍ଚଳ ଏଠି ନିରୀହ ଲୋକଙ୍କୁ ସରକାରୀ ବାବୁ ମନେ ଦିନ ଦୀପରେ ଲୁଟୁଛନ୍ତି | ଯେପରିକି ରାସ୍ତା ଘାଟ ମରାମତି ହେଉନି କି ଆଜିକୁ ପାଞ୍ଚ ବର୍ଷ ହେଲା ଏଠି ପଡି ରହିଥିବା ଅଧିକାରୀ ବାବୁ ମାନଙ୍କ ଅଦଳ ବଦଳ ହେଉନି | ଜାହାଭି ହେଉଛି ତାହାକୁ ଉପରସ୍ତ ବାବୁ ମନେ ମନମୁତାବକ ଟଙ୍କା ନେଇ ପୁଣି ସେହି ସ୍ଥାନରେ ରଖିଦେଉଛନ୍ତି |ତିତିଲିରେ କୋଟି କୋଟି ଟଙ୍କା ଦୃନତି ହୋଇଛି | ନିର୍ବାହି ଅଧିକାରୀ କାର୍ଯ୍ୟାଳୟରେ ଏହାରତଦନ୍ତ ହେଉନି, କେବେ ହେବ ଏହାର ବିଜିଲେନ୍ସ ହାତରେ ତଦନ୍ତବୋଲି ଚା ଖଟିରେ ଚର୍ଚ୍ଚା ଜୋର ଧରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ