ଖେମୁଣ୍ଡି ଓକିଲ ସଂଘ ଅନ୍ତରୀଣ କମିଟି କାର୍ଯ୍ୟକର୍ତ୍ତା ଚୟନ ନେଇ ବିବାଦ ଘନେଇଲା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):କରୋନା ଲକ୍ ଡାଉନ୍ ଯୋଗୁଁ ରାଜ୍ୟର ସ୍ଵୀକୃତି ପ୍ରାପ୍ତ ଓକିଲ ସଂଘ ଗୁଡିକର ହେବାକୁ ଥିବା ଏକକାଳୀନ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ସଙ୍ଘ ପରିଚାଳନା ନିମନ୍ତେ ଅନ୍ତରୀଣକମିଟି ଚୟନ ନେଇ ଖେମୁଣ୍ଡି ଓକିଲ ସଂଘରେ ବିବାଦ ଘନୀଭୂତ ହେଉଥିବା ଦେଖାଯାଇଛି।ରାଜ୍ୟ ବାରକାଉନସିଲ ଓକିଲ ସଂଘ ଗୁଡ଼ିକ ନିମନ୍ତେ ଅନ୍ତରୀଣ କମିଟି କାର୍ଯ୍ୟକର୍ତ୍ତା ଚୟନ ନେଇ ନିୟମାବଳୀରେ କେତେକ ପରିବର୍ତ୍ତନ କରିଥିବାରୁ ତାହା ଏବେ ବିବାଦର କାରଣ ପାଲଟିଥିବା କୁହାଯାଇଛି। ବୁଧବାର ଖେମୁଣ୍ଡି ଓକିଲ ସଂଘ ର କିଛି ସଦସ୍ୟ ବୈଠକ ଡକାଇ ଅନ୍ତରୀଣ କମିଟି ର ଅଧ୍ୟକ୍ଷ ପଦବୀ ପାଇଁ ପୂର୍ବ ପ୍ରସ୍ତାବିତ ହୃଦୟ ରଞ୍ଜନ ମେକାପ ଏବଂ ସମ୍ପାଦକ ପଦବୀ ନିମନ୍ତେ ରଞ୍ଜନ କୁମାର ବେହେରା , ହେମନ୍ତ କୁମାର ପାଣିଗ୍ରାହୀଙ୍କ ନାମକୁ ଅନୁମୋଦନ କରିବାକୁ ରାଜ୍ୟ ବାରକାଉନସିଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ସହ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତଙ୍କ ବଦଳରେ ଲକ୍ଷ୍ମୀନାରାୟଣ ପାଢ଼ୀ ଙ୍କୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଯାଇଥିବା ପ୍ରସ୍ତାବକୁ ମଞ୍ଜୁର ନିମନ୍ତେ ଏକ ଚିଠି ପଠାଯାଇଥିବା ରୁ ସମସ୍ତଙ୍କ ନଜର ରାଜ୍ୟ ବାରକାଉନସିଲ ର ନିଷ୍ପତ୍ତି ଉପରେ ନିବଦ୍ଧ ରହିଥିବା ଜଣାପଡିଛି। ଅପରପକ୍ଷରେ ରାଜ୍ୟ ବାରକାଉନସିଲ ର ନୂତନ ନିୟମାବଳୀ ଅନୁସାରେ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକାରୀ କମିଟିର ସୁପାରିଶ କ୍ରମେ ସଂଘ ପରିଚାଳନା ନିମନ୍ତେ ଅନ୍ତରୀଣ କମିଟିର କାର୍ଯ୍ୟକର୍ତ୍ତା ଚୟନ କରାଯାଇ ବିଧିବଦ୍ଧ ପ୍ରସ୍ତାବ କୁ ଅନୁମୋଦନ ନିମନ୍ତେ ବାରକାଉନସିଲ କୁ ପଠାଇ ଦିଆଯାଇଥିବା ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ସେ ଏନେଇ ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ଙ୍କୁ ଅବଗତ କରିଥିବା ଜଣାଇଛନ୍ତି। ତେଣୁ ପୁନର୍ବାର ଅନ୍ତରୀଣ କମିଟି କାର୍ଯ୍ୟକର୍ତ୍ତା ଚୟନ ଓ ନିର୍ବାଚନ ଅଧିକାରୀ ପଦବୀ ପରିବର୍ତ୍ତନ ଅନ୍ୟ କେହି କରିପାରିବେ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ସ୍ପଷ୍ଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ