ଖୋଲା ରହିଲା ପାଇଖାନା ଟାଙ୍କି , ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ଆଶଙ୍କା

ଭଞ୍ଜନଗର,(ସନ୍ତୋଷ ଜେନା):5ଟି ସ୍କୁଲ ନାମରେ ରଙ୍ଗ ମାରି ଖାଇଗଲେ 66ଲକ୍ଷ ଟଙ୍କା କିନ୍ତୁ ଖୋଲା ରହିଲା ଲେଟିନ ଟାଙ୍କି । ଭଞ୍ଜନଗର ବ୍ଲକର ଶାର୍ଦ୍ଦୁଳ ହାଇସ୍କୁଲକୁ 5ଟି ରେ ରୂପାନ୍ତରଣ କରିବାପାଇଁ ଆସିଥିବା ଟଙ୍କାର ଠିକ ଭାବେ ଖର୍ଚ୍ଚ ନହୋଇ ତାର ବାଟମାରଣା ହୋଇଥିବା ସେହି ଗ୍ରାମବାସୀ ଅଭିଯୋଗ କରିଛନ୍ତି । 5ଟି ସ୍କୁଲ ନାମରେ ସରକାର ପ୍ରଧାନ ଶିକ୍ଷକ ନାମରେ ପଠାଇଲେ 60ଲଷ ଟଙ୍କା ଏହାକୁ ପରିଚାଳନା କଲେ ତତ୍କାଳୀନ ଜେଇ ଓ ତତ୍କାଳୀନ ବିଡ଼ିଓ, 60ଲଷ ସରିଗଲା କିନ୍ତୁ କାମ ସରିଲାନି ପୁଣି ପଞ୍ଚାୟତ ଫଣ୍ଡରୁ ଆସିଲା 6 ଲକ୍ଷ ଲେଟିନ ଘର ହେଇଗଲା ଟାଙ୍କି ବି ହୋଇଗଲା କିନ୍ତୁ ଲେଟିନ ଟାଙ୍କିର ଛାତ ପଡିପାରିଲା ନାହିଁ। ଯାହାଦ୍ୱାରା କି ବର୍ତ୍ତମାନ ତାହା ଖୋଲା ପଡିଛି। ବର୍ଷା ଦିନ ହୋଇଥିବାରୁ ଟାଙ୍କି ରେ ପାଣି ଫୁଲ ହୋଇ ବିପଦ ସଂକୁଳ ଅବସ୍ଥା ରେ ରହିଅଛି । ସ୍କୁଲରେ ପାଠ ପଢ଼ୁଥିବା 170 ପିଲାଙ୍କ ଜୀବନ ବର୍ତ୍ତମାନ ବିପଦରେ କାହାର କେତେବେଳେ ଯେ ଗୋଡ଼ ଖସିଯିବ ତାହା କହିହେବନି। ଏହା ସହିତ ସେମାନେ ଯଦି ପଡିଆକୁ ଝାଡାପରିସ୍ରା କରିବାକୁ ଯାଆନ୍ତି ତେବେ ସରୀସୃପ ଙ୍କ ର ଭୟ ବି ରହିଛି | ଏହି ବିଷୟରେ ପଚାରିବାରୁ ପ୍ରଧାନ ଶିକ୍ଷକ ଚତୁରତାର ସହିତ କଥା କୁ ଏଡାଇ କହୁଛନ୍ତି ଯେ ତାଙ୍କର କିଛି ଅସୁବିଧା ହେଉନି ତାଙ୍କ ସ୍କୁଲ ର ଆଉ ଦୁଇଟି ଲେଟିନ ଅଛି । ଯଦି ଲେଟିନ ଥିଲା ପୁଣି ପଞ୍ଚାୟତ ଫଣ୍ଡରୁ 6 ଲଷ ଆଣିଥିଲେ କାହିଁକି ।ସରପଞ୍ଚ କହୁଛନ୍ତି ଯେ କାମ କରୁଥିବା ସମୟରେ ମତେ ଏଠି ପୁରେଇ ଦିଆଯାଇନି ଓ କୌଣସି ପ୍ରକାର କାମ ନକରି କେବଳ ରଙ୍ଗମାରି ପଇସା ଉଠାଯାଇଛି ବୋଲି ଏ ପଟେ ପ୍ରଧାନ ଶିକ୍ଷକ କହୁଛନ୍ତି କାମ ଭଲ ହୋଇଛି ହେଲେ ଏଠି ପ୍ରଧାନ ଶିକ୍ଷକ ଙ୍କ ର ଭାଗ ବୋଧେ ଅଧିକାରହିଛି ଯେଉଁଥି ପାଇଁ କି ଦୁର୍ନୀତି କୁ ଘୋଡେଇବାରେ ବ୍ୟସ୍ତ ।ଠିକାଦାର କହୁଛନ୍ତି ଯେ ମତେ ଟଙ୍କା ଦେଲେନି ତେଣୁ ମୁ କାମ ଅଧାରେ ରଖିଛି | କୋମଳମତି ପିଲାମାନେ ପଢିବାପାଇ ସରକାର ଏଠି ଲଷ ଲଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ଅର୍ଥକୁ ଆତ୍ମସାତ କରୁଛନ୍ତି ସରକାରୀ ବାବୁମାନେ। ଏ ନେଇ ବର୍ତ୍ତମାନ ର ବିଡ଼ିଓ ଙ୍କୁ ପଚାରିବାରୁ ସେ କେମେରା ଆଗରେ ପ୍ରତିକ୍ରିୟା ରଖିବାକୁ ମନାକରିଦେଇଛନ୍ତି । ସରପଞ୍ଚ ଓ ଗ୍ରାମବାସୀ ଦାବି ରଖିଛନ୍ତି ଯେ 66 ଲଷ ଟଙ୍କା କେଉଁ ବାବଦରେ ଖର୍ଚ୍ଚ କରିଛନ୍ତି ପ୍ରଧାନ ଶିକ୍ଷକ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ