କାକଟପୁରରେ ସୁଭଦ୍ରା ଶକ୍ତି ମେଳା

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-“ସୁଭଦ୍ରା ମା “ମାନଙ୍କ ଅନ୍ତନିହିତ ଶକ୍ତିର ଜାଗରଣ ପାଇଁ ସୁଭଦ୍ରା ଶକ୍ତି ମେଳା “ଆୟୋଜିତ ହୋଇଛି। ସୁଭଦ୍ରା ମେଳା ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ। ଯଦି ଓଡିଶାର ମା “,ଭଉଣୀ ମାନେ ନିରନ୍ତର ପରିଶ୍ରମ କରିବେ ତେବେ ୨୦୩୬ ମସିହା ପୂର୍ବରୁ ବିକଶିତ ଓଡିଶା ଗଠନ ସମ୍ଭବ ହୋଇପାରିବ। କାକଟପୁର ନୂଆ ବସ ଷ୍ଟାଣ୍ଡ ସାମ୍ନାରେ ଆୟୋଜିତ “ସୁଭଦ୍ରା ଶକ୍ତି ମେଳା “କୁ ଉଦୁଘାଟନ କରି ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପବିତ୍ର ଝାମୁଯାତ୍ରା ଅବସରରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀଧର ନାୟକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ବକ୍ତା ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ସଂମ୍ମାନିତ ଅତିଥି  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ଅରୁଗୁଳା ସ୍ନେହା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା,କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତି ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାର ମା, ଭଉଣୀ ଏବଂ ଝିଅ ମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବେ ସରକାର ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।ଅନ୍ୟତମ ଅତିଥି ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ  କହିଥିଲେ, ଡବଲ ଇଂଜିନ ସରକାର ରେ ପରିବାର ଉଭୟ ପୁରୁଷ ଓ ମହିଳା ରୋଜଗାରକ୍ଷମ ହେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତି ଧନ୍ୟବାଦ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଷ୍ଟଲ ବୁଲି ଦେଖିବା ସହିତ ସ୍ୱୟଂ ସହାୟିକା ମହିଳା ମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଶଂସା କରିଥିଲେ। ସୂଚନା ଯୋଗ୍ୟ ଯେ, ମେଳାରେ ୨୦୦ରୁ ଉର୍ଦ୍ଧ ଏସଏଚଜି ୫୦ଷ୍ଟଲ ରେ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଉତ୍ପାଦ ସ୍ଥାନ ପାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ