ମା’ ମଙ୍ଗଳାଙ୍କ ’ଝାମୁଯାତ୍ରା’

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଅଧିତାଷ୍ଟି ଦେବୀ ଜଗତଜନନୀ ମା ମଙ୍ଗଳା ଙ୍କ ପୀଠ। ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରୁ ଆରମ୍ଭ କରି ପଞ୍ଚମ ମଙ୍ଗଳବାର ପର୍ଯ୍ୟନ୍ତ ପୀଠର ଶ୍ରେଷ୍ଠ ପର୍ବ ଦିବସ। କିନ୍ତୁ ଚୈତ୍ର ମାସର ପ୍ରଥମ ଚାରିଟି ମଙ୍ଗଳବାର ମା ମଙ୍ଗଳାଙ୍କ ପୀଠରେ “ପାଳିଯାତ୍ରା “ଭାବେ ପାଳିତ ହେବା ବେଳେ ପଞ୍ଚମ ମଙ୍ଗଳବାର “ଝାମୁଯାତ୍ରା “ରୂପେ ପାଳିତ ହୋଇଥାଏ। ଶେଷ ମଙ୍ଗଳବାର ଚୈତ୍ର ମାସରେ ନ ପଡ଼ି ବୈଶାଖ ମାସରେ ପଡିଲେ ବି ତାହା ପର୍ବ ରୂପେ ପାଳିତ ହୁଏ। ଯେଉଁ ବର୍ଷ ପଞ୍ଚମ ମଙ୍ଗଳବାର ଚୈତ୍ର ମାସରେ ପଡେ, ତାହାକୁ ଅଧିକ ପବିତ୍ର ବୋଲି ବିବେଚନା କରାଯାଏ, ତାହାକୁ “ବାରୁଣୀ ଯାତ୍ରା “କୁହାଯାଏ। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା”ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି  ପାଳିଯାତ୍ରା ଶେଷ ହୋଇଛି । ସାଧାରଣତଃ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରୁ ମା ‘ଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ ପଞ୍ଚମ ପାଳିରେ ରେ ମା ଙ୍କ ପାଳିଯାତ୍ରା ଶେଷ ହେବା ସହ ମା ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚୈତ୍ର ହେଉ ବା ବୈଶାଖ ଏହି ପାଞ୍ଚ ମଙ୍ଗଳବାର କାହିଁକି ପବିତ୍ର ସେ ନେଇ କିମ୍ବଦନ୍ତୀ ଅଛି। କିମ୍ବଦନ୍ତୀ ଟି ଶ୍ରୀ ଜଗନ୍ନାଥଙ୍କ ନବକଳେବର ସହ ସମ୍ପୂକ୍ତ। ନବକଳେବର ର ପାରମ୍ପରିକ ଵିଧି ଅନୁସାରେ, ଚୈତ୍ର ଶୁକ୍ଳ ଦଶମୀ ଦିନ ଆରମ୍ଭ ହୋଇଥାଏ ଦାରୁଚୟନ ପାଇଁ ଯାତ୍ରା ବା ବନଜାଗ ଯାତ୍ରା। ସେ ଯାତ୍ରାରେ ଦାରୁଯାତ୍ରୀ ଦଳଆସି ମା ମଙ୍ଗଳାଙ୍କ ପୀଠ ନିକଟରେ ଥିବା ଦେଉଳିମଠରେ ବିଶ୍ରାମ ନିଅନ୍ତି। ସେମାନେ ମା ମା ମଙ୍ଗଳା ଙ୍କର ମାଜଣା କରିବା ପରେ ମା ‘ସ୍ୱପ୍ନାଦେଶ ମାଧ୍ୟ୍ୟମରେ ଦାରୁବୃକ୍ଷ ଙ୍କର ଦିଗ ନିର୍ଦ୍ଧେଶ କରିଥାନ୍ତି। କିନ୍ତୁ ଗୋଟିଏ ନବକଳେବର ସମୟରେ ଗଜପତି ମହାରାଜା ଖବର ପାଇଲେ ଯେ ମା ମଙ୍ଗଳା ତାଙ୍କ ପୀଠରେ ନାହାନ୍ତି। ତେଣୁ ତନ୍ତ୍ର, ମନ୍ତ୍ର ଯୋଗ ଓ ଯଂଜ୍ଞ ଆଦିରେ ଦକ୍ଷ ଦୁଇଜଣ ବ୍ରାହ୍ମଣ ଙ୍କୁ ସେ ମା “ଙ୍କର ସନ୍ଧାନପାଇଁ ପଠାଇଲେ। ସେ ଦୁହିଁଙ୍କର ନାମ “ହଟ” ଓ “ବଟ “। ସେ ଦୁହେଁ ଆସି, ଯଂଜ୍ଞାଦି କରି ମା ଙ୍କର ଶରଣାପର୍ଣ୍ଣ ହେଲେ। ଏପରିକି ମା ଙ୍କର ସନ୍ଧାନ ନ ମିଳିଲେ ଯଜ୍ଞାଦିରେ ଆତ୍ମହୂତି ଦେବେ ବୋଲି ନିଷ୍ପତି କଲେ। ଫଳରେ ମା ସ୍ୱପ୍ନାଦେଶ ଦେଈ କହିଲେ ‘ସେ ପ୍ରାଚୀ ନଦୀର ଗର୍ଭରେ ରହିଛନ୍ତି। ସେହି ସ୍ୱପ୍ନାଦେଶ ମିଳିବା ପରେ, ନଦୀ ଗର୍ଭରୁ ମା ‘ଙ୍କୁ ଉଦ୍ଧାର କରି ଆଣି ଆଜିର ପୀଠରେ ପ୍ରତିଷ୍ଠା କରାଗଲା। ସେହି ଦିନଟି ଥିଲା ଚୈତ୍ର ମାସର ପଞ୍ଚମ ମଙ୍ଗଳବାର। ସେଥିପାଇଁ ମା ମଙ୍ଗଳା ପୀଠରେ ଚୈତ୍ର ମାସର ପ୍ରଥମ ରୁ ଚତୁର୍ଥ ମଙ୍ଗଳବାର କୁ ପାଳିଯାତ୍ରା ଏବଂ ପଞ୍ଚମ ମଙ୍ଗଳବାର କୁ ଝାମୁଯାତ୍ରା ଭାବରେ ପାଳନ କରାଯାଏ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ