ଖୋଲୁନି ମରୈଗାଁ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ, ସାଧାରଣ ଲୋକେ ହିନସ୍ଥା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ମରୈଗାଁ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟଟି ନାନା ଅବ୍ୟବସ୍ଥା ଭିତରେ ଗତି କରୁଛି । ଏହା ଅଧିନରେ ମରୈଗାଁ, ହାଟଡିହି, ଶାସଙ୍ଗ ଓ ପନ୍ଦାଡୋ ପଞ୍ଚାୟତର ନାନା ଅବ୍ୟବସ୍ଥା ଘେରରେ ଚାଲିଛି । ଗତ କିଛିଦିନ ହେଲା ଏହି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟଟି ଖୋଲୁ ନଥିବାରୁ ଲୋକମାନେ କୌଣସି ସୁବିଧା ପାଇପାରୁ ନାହାନ୍ତି । ଗତ ଦୁଇଦିନ ହେଲା କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅନେକ ଲୋକ କାର୍ଯ୍ୟାଳୟକୁ ଯାଇ ଘଣ୍ଟା ଘଣ୍ଟା ଧରି ବସି ନିରାଶରେ ଫେରୁଛନ୍ତି । ଏନେଇ ଲୋକମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଉଥିଲେବି କିଛି ଲାଭ ହେଉନି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସଙ୍କୁ ପଚାରିବାରେ ଉକ୍ତ ରାଜସ୍ୱ ନୀରିକ୍ଷକ ଦୁର୍ଘଟଣାରେ ଆହତ ହୋଇ ଛୁଟିରେ ରହିଛନ୍ତି । ତେଣୁ ସଢ଼ା ରାଜସ୍ୱ କାର୍ଯ୍ୟାଳୟର ଆର.ଆଇ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ତହସିଲରେ କର୍ମଚାରୀ ଅଭାବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।