ବାଙ୍ଗୋର ପଞ୍ଚାୟତର ବିଭିନ୍ନ ପ୍ରି-ଅଙ୍ଗନବାଡି କେନ୍ଦ୍ରରେ ପ୍ରବେଶ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବାଙ୍ଗୋର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ପ୍ରି- ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଆଜି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗୋର ଗ୍ରାମ ପଞ୍ଚାୟତର ମୁଦୁଲି ସାହି, ରଗୁଡି ସାହି, ଟାଇଲ ସାହି, ମାଙ୍କଡ ମୁଣ୍ଡିଆ, ଜେଉଠ ବାହାଳି ଆଦି ଗ୍ରାମରେ ଥବବା ଏହି କେନ୍ଦ୍ର ଗୁଡିକରେ ଡିଏଏମଏଫ ସହାୟତାରେ ସିନି ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏହି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରି-ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଶିଶୁ ମାନଙ୍କ ଯତ୍ନ ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରାମରେ ଥିବା ମହିଳା ଶ୍ରମିକ ମାନେ କାମ କରିବାକୁ ଯିବାବେଳେ ସେମାନଙ୍କର ୬ମାସରୁ ୩ବର୍ଷର ଶିଶୁମାନଙ୍କୁ ଏହି କେନ୍ଦ୍ର ମାନଙ୍କରେ ଛାଡି କାମକୁ ଯାଇ ର୍ନିଦ୍ୱନ୍ଦରେ ନିଜ ନିଜର କାମକରି ଫେରିବେ ସେନେଇ ସ୍ୱେଚ୍ଛାସେବୀ ମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସିନି ସ୍ୱେଚ୍ଛାସେବୀ ସଂଗଠନର ପରିଚାଳକ ଦିପ୍ତୀ ରଞ୍ଜନ ମହାନ୍ତି, ସିନିର ସୁପରଭାଇଜର ମନସ୍ୱିନୀ ବେହେରା, ଅନିତା ଜେନା, ସମାଜସେବୀ ବସନ୍ତ ପଢ଼ିଆରୀ, ଜିଆରଏସ ଜିନତ ଖାତୁନ, ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା, ସଞ୍ଜୁଲତା ପାତ୍ର, ଆମ କଳିକାର କର୍ମକର୍ତ୍ତା ସନ୍ଧ୍ୟାରାଣୀ ଜେନା, ଆଇନିଜିବୀ ରାଜନାରାୟଣ ରାଉତରାୟ, ସମାଜସେବୀ ସୁକାନ୍ତ ରାଉତ, ମହେଶ ବାରିକଙ୍କ ସମେତ ବିଭିନ୍ନ ୱାର୍ଡର ୱାର୍ଡସଭ୍ୟସଭ୍ୟା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ