ଜିଲା କାର୍ଯ୍ୟାଳୟରେ ବିଜେପିର ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଜିଲା କାର୍ଯ୍ୟାଳୟରେ ଦଳର ୪୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଦୀର୍ଘ ୪୨ବର୍ଷରେ ପହଞ୍ଚିଥିବା ଏହି ରାଷ୍ଟ୍ରୀୟ ଦଳର ଅଗ୍ରଗତି ଓ ଲୋକପ୍ରିୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶବାସୀଙ୍କୁ ଭଷ୍ଟାଚାର ମୁକ୍ତ, ସ୍ଥିର ତଥା ସୁଶାସନ ପ୍ରଦାନର ଆଭିମୁଖ୍ୟ ନେଇ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଦଳ ସାଧାରଣ ଲୋକଙ୍କଠାରେ ବିଶ୍ୱାସଭାଜନ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନକୁ ଉପସ୍ଥିତ ଦଳୀୟ କର୍ମକର୍ତ୍ତାମାନେ ଦେଖିଥିଲେ । ପରେ ଦଳ ପକ୍ଷରୁ ବାଲେଶ୍ୱରର ଦୁଇଜଣ ପ୍ରତିଭାବାନ ବ୍ୟକ୍ତିତ୍ୱ କ୍ରୀଡ଼ାବିତ ତରୁଣ ଚାଟାର୍ଜୀ ଓ ବିଶିଷ୍ଟ ସାହିତ୍ୟିକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜେପି ଜିଲା ଉପ-ସଭାପତି କମଳ ଲୋଚନ ଦାସ, ସମ୍ପାଦକ ବିଜୟ ସାହୁ, ଆଶିଷ ଘୋଷ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ସଂସାଦ ପ୍ରତିନିଧି ସୁଶାନ୍ତ ବେରା, ନଗର ସଭାପତି ଚିତରଞ୍ଜନ ପଣ୍ଡା, ନଗର ମହିଳା ସଭାନେତ୍ରୀ ସୁସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ଭାରତମାତା, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଓ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ସାମୂହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ସିପ୍ରା ମହାପାତ୍ର, ମମତା ମହାପାତ୍ର, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ଯୋଗେନ୍ ରଣା, ମଂଟୁୁ ପେରିୱାଲ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଖଗେନ୍ଦ୍ର ନାୟକ, ଯୁବମୋର୍ଚ୍ଚା ସମ୍ପାଦକ ଅରୂପ ଜେନା, ନାରାୟଣ ମହନ୍ତ, ଭାଗ୍ୟ ରଞ୍ଜନ ନାୟକ, ସୁବୋଧ ଚନ୍ଦ୍ର ପଣ୍ଡା, ତ୍ରିଭୁବନ ଦାସ, ମଦନ ମୋହନ ଦାସମହାପାତ୍ର, ଭଗବାନ ଗୁପ୍ତା, କାଉନସିଲର ନିରୁପମା ଦାସ, ସୁଚିସ୍ମିତା ପଣ୍ଡା, ପ୍ରଶାନ୍ତ କୁମାର ପରିଡା, ହୃଷୀକେଶ ପାତ୍ର, ଶୈଳେନ୍ଦ୍ର ଦାସ, କଳ୍ପଲତା ବେହେରା, କଟି ଭାଇ, ରବିନ୍ଦ୍ର ଜୈନ ପ୍ରମୁଖଙ୍କ ସମେତ ଦଳର ବହୁ କର୍ମୀ ଏଥିରେ ଉପସ୍ଥିତ ଥିଲେ ।


