ଗଂଜାମ ଏନ.ଏ. ସି ପରିଦର୍ଶନ କଲେ ଛତ୍ରପୁର ଉପଜିଲ୍ଲାପାଳ
ଗଞ୍ଜାମ,ଗଂଜାମ ଏନ.ଏ. ସି ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ ତଥା ଏନ.ଏ .ସି ପ୍ରଶାସନିକ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ।ଆଜି ସେ ନୂତନ ଭାବେ ନିର୍ମାଣ ହେବାକୁ ଥିବା କଲ୍ୟାଣୀ ମଣ୍ଡପ, ସହରର ପୁନରୁଦ୍ଧାର ହେଉଥିବା ମୁଖ୍ୟ ଡ୍ରନ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ପରେ ଏନ.ଏ. ସି କାର୍ଯ୍ୟଳୟ ପରିସରରେ ସମୀକ୍ଷା କରିଥିଲେ । ଏହି ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ, କନିଷ୍ଟ ଯନ୍ତ୍ରି ଲୋକନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।