ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତିା ଦାୟିତ୍ୱ ଗ୍ରହଣ କଲାପରେ ସେ ସର୍ବପ୍ରଥମେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରଛନ୍ତି । ଏହାସହ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଗଂଜାମ ଜିଲ୍ଲାର ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିବି । ଜିଲ୍ଲା ପାଇଁ ସ୍ୱତନ୍ତ୍ର ସ୍କିମରେ ମାଧ୍ୟମରେ ଅନୁଦାନ ଆଣିବା ପାଇଁ ଦାବୀ କରିବି । ଗାଁ ଗହଳି ଓ ଏନଏସିର ଜନସାଧାରଣଙ୍କ କିପରି ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର ୫ଟି ମାଧ୍ୟମରେ ଗଂଜାମ ଜିଲ୍ଲାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବ । ଆଉ ସମସ୍ତ ବିକାଶ ବିଧାୟକ ଓ ଯୋଜନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ଜିଲ୍ଲାର କିପରି ଉନ୍ନତି ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ । ସେହିପରି ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡ ଉପରେ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ଏହା କିପରି ହୋଇପାରିବ ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ପ୍ରାରମ୍ଭରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀସାହୁଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ପାଛୋଟି ଆଣି ନିଜ ଆସନରେ ବସାଇବ। ସହ ତାଙ୍କୁ ମିଷ୍ଟାନ୍ନ ଖୁଆଇଥିଲେ । ପରେ ଛତ୍ରପୁର ବିଧାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ ଓ ଗଂଜାମ ଜିଲ୍ଲା ବିଜୁ ଜନତା ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଯୁବ ବିଜେଡିର ସଭାପତି ଏନ.ଧନଂଜୟ ରାଓ, ଗଂଜାମ ଜିଲ୍ଲା ଛାତ୍ର ବିଜେଡିର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ, ବି.ରାଜୁ ବାବୁ ,ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଉମା ରେଡ୍ଡୀ, କେ.ନାଗେଶ୍ୱର ରାଓ, ଟି.ନାରାୟଣ ରାଓ, ଇନ୍ଦୁ ତ୍ରିପାଠୀ, ପୋଡ଼ାପଦର ସରପଂଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କା, ପୂର୍ବତନ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ସୁଧିର ପାଢ଼ୀ, ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଦାୟିତ୍ୱ ଗ୍ରହଣ କଲାପରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାହୁଙ୍କୁ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ