ଗଂଜାମ ପୁଲିସ ଦ୍ୱାରା ବାତ୍ୟା ପୀଡ଼ିତାଙ୍କୁ ରୋଷାଇ ଖାଦ୍ୟ ପରିବେଷଣ

ପୁରୀ : ଗଂଜାମ ପୁଲିସ ଜିଲ୍ଲା ଆରକ୍ଷୀ ଅଧକ୍ଷ ବିଜେଶ ରାୟଙ୍କ ପ୍ରତକ୍ଷ ତତ୍ୱାବଧାନରେ ପୁରୀରେ
ଫୋଂନି ବାତ୍ୟାର ପୀଡ଼ିତଙ୍କୁ ରୋଷାଇ ଖାଦ୍ୟ ପରିବେଷଣ କରାଯାଉଛି I ପୁଲିସ ଏସଡିପିଓ ଦିଲୀପ ଦାସଙ୍କ ତତ୍ୱାବଧାନରେ ୧୦ଜଣ ପୁଲିସ କର୍ମଚାରି ପୁରିରେ ରହି ପୀଡିତଙ୍କୁ ରୋଷାଇ ଖାଦ୍ୟ ପରିବେଷଣ କରୁଛନ୍ତି I ପ୍ରଥମ ଦିନରେ ପୁରୀର ବାସେଳୀ ସାହିରେ ରୋଷାଇ ଖାଦ୍ୟ ପରିବେଷଣ କରାଯାଇ ଥିବାବେଲେ ଆଗାମୀ ୫ଦିନ ଧରି ଏପରି ରୋଷାଇ ଖାଦ୍ୟ ବିଭିନ ସ୍ଥାନରେ ରୋଷାଇ କରାଯାଇ ପରିବେଷଣ କରାଯିବା କାର୍ଜ୍ୟକ୍ରମ ରହିଛି I ପୁଲିସର ଏପରି କାର୍ଜ୍ୟକୁ ବିଭିନ୍ନ ସ୍ତରରୁ ପ୍ରସଶଂସାର ସୁଅ ଛୁଟିଛି I ଗଂଜାମ ପୁଲିସ ଜିଲ୍ଲାର କାର୍ଜ୍ୟ ରତ କର୍ମଚାରୀ ଙ୍କ ଠାରୁ ବାତ୍ୟା ପିଡୀତଙ୍କ ପାଇଁ ହୋଇଥିବା ସହାୟତ ରାଶି ୨ଲକ୍ଷ ଟଙ୍କାର ଚେକକୁ କେନ୍ଦେୟ ଆଇଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପୁରୀରେ ପୁଲିସ ଏସଡିପିଓ ଦିଲୀପ ଦାସ ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ