ଗଂଜେଇ ଜଙ୍ଗଲ ଉପରେ ଅଚାନକ ଚଢାଉ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଅଂଚଳର ବଡ଼ଗଡ଼ ଥାନା ଅନ୍ତର୍ଗତ ବଡଗଡ ଓ ଧରାକୋଟ ଥାନା ସୀମାନ୍ତରେ ରହିଛି ଖଜୁରିପଦା ଅ।ଦିବାସୀ ଉପାନ୍ତ ଗ୍ରାମ । ଯେଉଁ ଗ୍ରାମ ରେ ଗଲା କିଛି ବର୍ଷ ହେବ ନିୟମ କାନୁନକୁ ଖାତିର ନ କରି ବେଧଡକ ଭାବେ ଚାଲିଥିଲା କିଅ।ରି କିଅ।ରି ଗଂଜେଇ ଚାଷ । ହେଲେ ଏହି ଚାଷକୁ ମୂଳରୁ ଉପାଡି ପାଇଁ ଗତ ମାସ ୨୨ ତାରିଖରେ ଶତାଧିକ ପୋଲିସ କର୍ମଚାରୀଙ୍କୁ ସାଥିରେ ଧରି ହଠାତ କରିଥିଲା ଚଢାଉ । ଅ।ଉ ଗଂଜେଇ ଗଛ କଟା ଅଭିଯାନରୁ ହିଁ ଲୋକଙ୍କ ବିରୋଦ୍ଧ ପରେ ପୋଲିସ ପ୍ରଶାସନ ମୁଣ୍ଡ ପୋତି ଫେରିଥିଲା । ହେଲେ କିନ୍ତୁ ପୁଣି ଅ।ଜି ଦଶ ପ୍ଳାଟୁନ ପୋଲିସ ଫୋର୍ସ ସମେତ ଅବକାରୀ , ବିଦ୍ୟୁତ ଓ ରାଜସ୍ଵ ବିଭାଗକୁ ସାଥିରେ ଧରି ସକାଳୁ ସକାଳୁ ଗାଁ ନିକଟରେ ଥିବା ଗଂଜେଇ ଜଙ୍ଗଲ ଉପରେ ଅଚାନକ ଚଢାଉ କରିଥିଲା । କିନ୍ତୁ ରବିବାର ଏହାକୁ ବିରୋଦ୍ଧ କରିବା ବଦଳରେ ସାରା ଖଜୁରିପଦା ଗାଁ ପାଲଟିଯାଇଥିଲା ଜନଶୂନ୍ୟ । ସବୁରି ଘରେ ତାଟି କବାନ୍ଦ ବନ୍ଦ ରହିଥିବାର ଦେଖିବାକୁ ମିଳିଥିବା ବେଳେ କିଅ।ରି କିଅ।ରି ଗଂଜେଇ ଗଛକୁ କାଟି ପୋଡି ଦେବାରେ ସଫଳ ହୋଇପାରିଛି ପୋଲିସ ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ