ଗଙ୍ଗାବାଡ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଉଛି – ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବାର ଜଣାପଡିଛି । ରାଜ୍ୟ ସରକାରଙ୍କର ମଙ୍ଗଲ ବିଭାଗ ତରଫରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରମାନଙ୍କ ପାଇଁ ଉଦ୍ଧିଷ୍ଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସ୍ଥାପନ ପାଇଁ ଅନୁମୋଦନ କରାଯାଇଛି । ଯେଉଁଥିରେ ଗଙ୍ଗାବାଡ ପଞ୍ଚାୟତ ଏବଂ ପାଖ ଗ୍ରାମର ୧୨୦ ଛାତ୍ର ମାଗଣାରେ ରହିବା ଏବଂ ଖାଇବା ସହ ପାଠ ପଢିପାରିବେ । ଜିଲ୍ଲା ପପ୍ରଶାସନ ତରଫରୁ ଆନ୍ଧ୍ରପ୍ରଦେଶ ସୀମାରୁ ଗୁଡିଖୁଡି ଗ୍ରାମକୁ ନିର୍ଗମ ପଥ ଦେଇ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପାନୀୟ ଜଳ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗୁଡିଖୁଡି ଗ୍ରାମରେ ସୌରଶକ୍ତି ଦ୍ୱାରା ପରିଚାଳିତ ଓଭରହେଡ ଟ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ୭ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପଞ୍ଚାୟତରେ ଆବଶ୍ୟକ ଥିବା ସମସ୍ତ କାର୍ଯ୍ୟ ଏବଂ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ଯଥା ଶୀଘ୍ର ଶେଷ କରିବା ଲାଗି ଜିଲ୍ଲାପାଳ ଅନୁପମ ସାହା ସଂପୃକ୍ତ ବିିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିବାର ଏକ ପ୍ରେସ ବିବୃତ୍ତିି ମାଧ୍ୟମରେ ଜଣାଇଛନ୍ତିି ।


