ସେଞ୍ଚୁରିଆନ ଖେଳ ପଡିଆ ନିରୀକ୍ଷଣ କଲେ ଓସିଏର ବୈଷୟିକ କମିଟି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସେଞ୍ଚୁରିଆନ ବିିଶ୍ୱ ବିଦ୍ୟାଳୟ ପାରଳାଖେମୁଣ୍ଡିର ଖେଳ ପଡିଆ ବ୍ୟବହାର କରିବା ପାଇଁ ଓଡିଶା କ୍ରିକେଟ ସଂଘ (ଓସିଏ) ସହ ପୂର୍ବରୁ ଏକ ଚୁକ୍ତିନାମା ହୋଇଥିଲା । ଆଜି ଓସିଏର ବୈଷୟିକ କମିଟି ଏଠାରେ ଖେଳପଡିଆ ପରିଦର୍ଶନ କରିଛନ୍ତି । ଓଡିଶା କ୍ରିକେଟ ସଂଘର ବରିଷ୍ଟ ସଦସ୍ୟ ଧୀରେନ ପଲେଇଙ୍କ ଅଧ୍ୟକ୍ଷତାରେ ଏହି ବୈଷୟିକ କମିଟି କ୍ରିକେଟର ଉନ୍ନତି ପାଇଁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଖେଳ ପଡିଆର ଭିତ୍ତିଭୂମି କିପରି ଉନ୍ନତି କରାଯିବ ଏହାର ସମୀକ୍ଷା କରିଛନ୍ତି । ଏହି ଗସ୍ତବେଳେ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର କ୍ରୀଡା ପରିଚାଳକ ରବି ରାଉତରାୟ, ବିଶ୍ୱ ବିଦ୍ୟାଳୟର ଉପ ନିର୍ଦ୍ଦେଶକ ଡ. ସନ୍ଦିପନ, କ୍ରୀଡା ପ୍ରଶିକ୍ଷକ ରାଜୁବାବୁ, ଗଜପତି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଦେବାଶିଷ ପାଢୀ ଉପସ୍ଥିତ ଥିଲେ । ବୈଷୟିକ କମିଟି ଅଧ୍ୟକ୍ଷ ଧୀରେନ ପଲେଇ କହିିଛନ୍ତି କି ଏଠାରେ ଟର୍ଫ ୱିକେଟ ପ୍ରସ୍ତୁୁତ କରାଯିବ ଏବଂ ଅନ୍ୟ ଭିତ୍ତି ଭୂମିକୁ ସୁଧାରିବା ପ୍ରତି ଦୃଷ୍ଟି ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ