ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ୍ୟୁ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା ବଡବରସିଂ କଣ୍ଟେଇପଲ୍ଲୀ ମଝି ଦୁବଲୁଣ୍ଡା ଘାଇ ନିକଟସ୍ଥ ବୁଲାଣି ରାସ୍ତାରେ ଭଞ୍ଜନଗର ଥାନା ଖମlରେଡି ଗାଁମର ବାବୁନା ଜେନା (ବୁଲୁ ) ଏକ ହେରୋ ମୋଟର ସାଇକେଲରେ ଶଶୁର ଘର ବଡ଼ବୋରସିଂ ଆସୁଥିବା ବେଳେ ଗଛ କୁ ଧକ୍କା ଦେଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି l ଆଜି ମାଧ୍ୟାନ୍ନ ଦୁଇ ଘଣ୍ଟା ସମୟ ରେ ମୃତ ବାବୁନା OD32/6791 ନାମକ ଏକ ହିରୋ ଗାଡି ଧରି ଶ୍ୱଶୁର ଘର ବଡବୋର୍ସିଙ୍ଗ ଆସିବା ସମୟରେ ଦୃଘଟଣା ଘଟିଛି l କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l ପରେ ଗାଙ୍ଗପୁର ଥାନା ଏସ ଆଇ ସୁକାନ୍ତ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଶବକୁ ଜବତ କରି ଭଞ୍ଜନଗର ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ଦୁର୍ଘଟଣା ଘଟିଥିବା ବାଇକ କୁ ଜବତ କରି 279/22ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।


