ଉପକୂଳ ଓଡିଶା ବିକାଶ ପରିଷଦର ସୂତା କଳ ଓ ଲୁଗାକଳ ବନ୍ଦ କୁ ନେଇ ବିକ୍ଷୋଭ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ) :-ସରକାରଙ୍କ ଶିଳ୍ପ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ତିର୍ତୋଲ ନାଉସିରା ସ୍ଥିତ ଶାରଳା ସୁତକାଳ ଓ ରାହାମା ପାର୍ବତୀ ଲୁଗାକଳ ବନ୍ଦ ହୋଇ ଯାଇଛି । ଏହାର ପୁନରୁଦ୍ଧାର କରିବା ପାଇଁ ଶିଳ୍ପ ପୁନରୁଦ୍ଧାର କ୍ରିୟାନୁଷ୍ଠାନ କମିଟି ପ୍ରଥମ ପର୍ଯ୍ୟାୟରେ ଏହି ଦାବି ନେଇ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ସେଠାରୁ ଏକ ବାଇକ୍ ରାଲିରେ ସଦସ୍ୟ ମାନେ ତହସିଲ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ତହସିଲଦାର ସୁଜାତା ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏଥି ସହ ଉକ୍ତ ଶିଳ୍ପର ପୁନରୁଦ୍ଧାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଘୋଷଣା କରାଯିବା ସହିତ ଆବଶ୍ୟକ ସ୍ଥଳେ ଆମରଣ ଅନଶନ କରାଯିବାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ଏଥିରେ ଆବାହକ ସରୋଜ କୁମାର ନାୟକ, ଜୀବ ଉଦ୍ଧାର ସମିତି ଓ ଗଣ ସଂଗ୍ରାମ ପରିଷଦ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ଡଃ ଧୃତିଧର ଦାସ, ଓଡ଼ିଶା ଜର୍ଣାଲିଷ୍ଟ ଆସୋସିଏସନ୍ ରାଜ୍ୟ କାର୍ଯ୍ୟକାରି ସଭାପତି ନୃସିଂହ ଚରଣ ବାରିକ, ତିର୍ତ୍ତୋଲ ସାମ୍ବାଦିକ ସଂଘ ସଭାପତି ରମାକାନ୍ତ ରାଉଳ, ହ୍ୟୁମାନ ରାଇଟ ପରିଷଦ ଯୁଗ୍ମ ସମ୍ପାଦକ ଗୌରାଙ୍ଗ ସ୍ବାଇଁ, ତିର୍ତ୍ତୋଲ ସାମ୍ବାଦିକ ସଂଘ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପୃଷ୍ଟି, ଓଜାର କାର୍ଯ୍ୟକାରୀ କମିଟି ସଭ୍ୟ ମାନସ କୁମାର ସୁତାର,ଏମ୍ ଏସ ରାଜନ କୁମାର, ନଳିନୀକାନ୍ତ ମଲ୍ଲିକ, ରଂଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ, ତାପସ ସେଠି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ