ଗଛକୁ ରାକ୍ଷୀ ବାନ୍ଧି ନିଆରା ଢ଼ଙ୍ଗରେ ରକ୍ଷା ବନ୍ଧନ ପାଳିଲେ ରେଡ୍ ରିବନ୍ କ୍ଲବ୍ ସଦସ୍ୟ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଆଜି ଥିଲା ଭାଇ ଭଉଣୀର ପବିତ୍ର ପ୍ରେମର ପର୍ବ ରକ୍ଷା ବନ୍ଧନ ଉତ୍ସବ I ଭଉଣୀ ମାନେ ଅତି ଆଗ୍ରହରେ ନିଜକୁ ସୁରକ୍ଷା ଦେବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶୃ୍ତି ମାଗିଥିଲେ I ଏହି ଅବସରରେ ଏହି ପବିତ୍ର ପର୍ବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି କ୍ଷତ୍ରିୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ରେଡ ରିବନ କ୍ଲବ ସଦସ୍ୟ ମାନେ I ବୃକ୍ଷଟିଏ ଜୀବଜଗତର ପ୍ରକୃତ ସୁରକ୍ଷା ଦାତା ହୋଇଥିବାରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପବିତ୍ର ଅଶୋକ ଗଛରେ ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ଶପଥ ନେଇଥିଲେ ଯୁବ ରେଡ଼କ୍ରସ୍ ଏବଂ ରେଡ୍ ରିବନ କ୍ଲବ୍ ସଦସ୍ୟ | ସେହିପରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପର ରେଡ ରିବନ୍ ରାକ୍ଷୀ ବାନ୍ଧି ମିଠା ବାଣ୍ଟିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ରେଡ଼କ୍ରସ୍ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପକ କପିଳ ସାହୁ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଜ୍ୟୋତି, ଦୀପକ, ପ୍ରିୟଞ୍ଜନ, ଶିଶିର, ପଦ୍ମ, କାହ୍ନ| ପ୍ରମୁଖ ଅଂଶଗ୍ରହଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ