ଗଛରୁ ପଡି ଗୁରୁତର ହେଲେ ରଘୁନାଥ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆ ଗ୍ରାମର ରଘୁନାଥ ଜେନା ନାମକ ଜଣ ବ୍ୟକ୍ତି ଗଛରୁ ପଡି ଜୁରୁତର ଆହତ ହୋଇଥିବାବେଳେ ଏବେ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ପରିବାର ଲୋକେ ସହାୟତା ପାଇଁ ନିବେଦନ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ରଘୁନାଥ ଜେନା ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ତାଙ୍କ ଘରର ୫ପରାଣି କୁଟୁମ୍ବଙ୍କୁ ଧରି ଦୁଖଃକଷ୍ଟରେ ଚଳି ଆସୁଥିଲେ । ତିନି ତିନୋଟି ଛୁଆ ପାଠ ପଢ଼ୁଥିବାବେଳେ ବଡ ଝିଅ ଯୁକ୍ତ ୨ରେ ଅଧ୍ୟୟନ କରୁଛି । ଅନ୍ୟ ଛୁଆ ଦୁଇଟି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଗତ ସାବତ୍ରୀ ଅମାବାସ୍ୟାର ପୁର୍ବଦିନ ଏକ ଆମ୍ବ ବିଛାଇବାକୁ ଆମ୍ବଗଛକୁ ଚଢ଼ୁଥିବାବେଳେ ଗଛରୁ ଖସିପଡିବାରୁ ତାଙ୍କର ମେରୁଦଣ୍ଡ ସହିତ ଗୋଡ ଭାଙ୍ଗିଯାଇଥିଲା । ପ୍ରଥମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଓ ସେଠାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଳା । ସେଠାକାର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏକ ଘରୋଇ ହସପିଟାଲକୁ ସ୍ତଶାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ତାଙ୍କର ଷ୍ପାିନାଲକଟ ଅପରେସନ ହୋଇଛି । ତାଙ୍କ ସ୍ୱାସ୍ଥ୍ୟବୀମା କାର୍ଡରୁ ସାଢ଼େ ତିନିଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଡାକ୍ତରଙ୍କ କହିବାନୁସାରେ ଆଉ କିଛିଦିନ ପରେ ତାଙ୍କର ଜଙ୍ଘ ହାଡ ଅପରେସନ କରାଯିବ । ବର୍ତ୍ତମାନ ତାଙ୍କୁ ଆଇସିୟୁ ରେ ରଖାଯାଇଛି । ତାଙ୍କର ଚିକିତ୍ସା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ । ଏକମାତ୍ର ରୋଜଗାରିଆ ବ୍ୟକ୍ତି ଜଣକ ଡାକ୍ତରଖାନାରେ ପଡିଥିବାବେଳେ ଘରେ ପରିବାର ଚଳିବା କଷ୍ଟକର ହୋଇ ପଡିଛି । ଘରେ ଜମିବାଡି ବି ସେପରି ନାହିଁ ଯେ ବିକ୍ରୀକରି ଭଲ କରିବେ । ଆଜି ଆଡହୁରିଆ ଗ୍ରାମର ଗ୍ରାମବାସୀମାନେ ଘରଘର ବୁଲି ରଘୁନାଥଙ୍କ ଚିକିତ୍ସା ସହାୟତା ପାଇଁ ଲୋକଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ଏପରିସ୍ଥଳରେ ତାଙ୍କୁ ସହାୟତାର ହାତ ବଢ଼ାଇବାକୁ ପରିବାର ଲୋକେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଯଦିକେହି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହାନ୍ତି ତେବେ ତେବେ ୭୮୦୯୭୮୬୫୯୧ରେ ଯୋଗାଯୋଗ ସହିତ ଫୋନ ପେ ମାଧ୍ୟମରେ ମଧ୍ୟ ସାହାଯ୍ୟର ହାତ ବଢ଼ାଇବାକୁ ତାଙ୍କ ଝିଅ ମାମାଲି ଜେନା ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ।


