ଗଛ ଡାଳ ଭାଙ୍ଗି ପଡି ଯାତ୍ରୀ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକଅନ୍ତର୍ଗତ ରାମଗିରି ଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଅଳ୍ପକେ ବର୍ତ୍ତିଲେ କିଛି ଯାତ୍ରୀ। ଘଟଣା ଅନୁସାରେ , ରାମଗିରି ସ୍ଥିତି ହାଟପଦା ଛକରେ ନିଜନିଜ ଗ୍ରାମକୁ ଯିବାଲାଗି ଅଟୋ କୁ ଅପେକ୍ଷା କରି ପୁରୁଷ ଓ ମହିଳା ମାନେ ଛୋଟ ଛୋଟ ପିଲା ଙ୍କୁ ଧରି ବସି ଥିଲେ । ହେଲେ ସେହି ସମ୍ମୁଖରେ ଥିବା ଫରେଷ୍ଟ ଅଫିସ ପରିସର ମଧ୍ୟରେ ଥିବା ଏକ ଗଛର ଡାଳ ପଡି ଆହାତ ହୋଇଛି ତୁବୁରୁସିଂ ଗ୍ରାମର ତୁଳସୀ ବତମୁଣ୍ଢିଙ୍କର ମୁଣ୍ଡଫାଟି ରକ୍ତାକ୍ତ ହୋଇଥିବା ବେଳେ, ବାଲିଗୁମା ଗ୍ରାମର ନମିତା ମଣ୍ଡଳ ଓ ଗୌରୀ ପ୍ରଧାନ ଙ୍କ ମଧ୍ୟ ମୁଣ୍ଡରେ ଜୋର ଆଘାତ ଲାଗିଥିଲା ଜଣା ପଢିଛି । ଘଟଣା ସ୍ଥଳରେ ସ୍ବେଛ୍ଛାସେବୀ ମାନେ ଆହାତ ଙ୍କୁ ସ୍ଥନୀୟ ସ୍ୱlସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଆହାତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ମୂଖ୍ୟ ସ୍ବାସ୍ଥ୍ୟକନ୍ଦ୍ରକୁ ପଠା ଯାଇଛି। ଗୋଟିଏ ଆମ୍ବୁଲାନ ସରେ ଦୁଇଜଣ ଆହାତ ଙ୍କୁ ପଠାଯାଇଥିବା ବେଳେ ଅନ୍ୟଜଣକୁ ଫରେଷ୍ଟ ଅଫିସର ଗାଡିରେ ପଠାଗଲା। ଫରେଷ୍ଟର କେ ଦେବେନ୍ଦ୍ର ପ୍ରସାଦ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଆସି ପହଞ୍ଚିଥିଲେ। ତାଙ୍କ କହିବା ଅନୁସାରେ ଆହାତ ଙ୍କୁ ସମସ୍ତ ଚିକିତ୍ସା ଲାଗି ସେ ତାଙ୍କ ଅଧିକାରୀ ଙ୍କ ସହ ଯୋଗ ଯୋଗ କରି ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ଦେଇ ଛନ୍ତି l