ଗଜପତିରେ କରୋନା ସଂକ୍ରମଣ ଆଜି ୨୫ଜଣ ପଜିଟିଭ୍ ଚିହ୍ନଟ,ମୋଟ ସଂଖ୍ୟା ୩୧୧୯

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ଜଣକୁ ମିଶାଇ ସଂଖ୍ୟା ୩୧୧୯ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୨୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୭ଜଣ, କାଶୀନଗର ବ୍ଲକରୁ ୪ଜଣ,ମୋହନା ବ୍ଲକରୁ ଜଣେ,ନୁଆଗଡ ବ୍ଲକରୁ ୩ଜଣ,ରାୟଗଡ ବ୍ଲକରୁ ୩ଜଣ,ଗୁମ୍ମା ବ୍ଲକରୁ ଜଣେ,ଆର.ଉଦୟଗିରି ବ୍ଲକରୁ ୩ଜଣ,ଗୋଷାଣୀ ବ୍ଲକରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୨୧ଜଣ,ପୁର୍ବ ସଂକ୍ରମିତଙ୍କ ସମ୍ପର୍କରେ ୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ