ଗଜପତିରେ କେବେ ଖୋଲିବ ମଣ୍ଡି ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଶାସନର ନିଷ୍ପତ୍ତିର ୧ ମାସ ପରେ ସୁଦ୍ଧା ଗଜପତି ଜିଲ୍ଲାରେ ମଣ୍ଡି ଖୋଲା ଯାଇପାରେନାହିଁ. ତେଣୁ ଗଜପତି ଜିଲ୍ଲାରେ ଚାଷୀମାନେ କୌଣସି ରାସ୍ତା ନ ପାଇ କମ ଦରରେ ଆନ୍ଧ୍ର ଚାଷୀକୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି. ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର, ଗୁମ୍ମା, ଗୋଶାଣୀ, ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ବ୍ଲକରେ ଆଜି ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଯାଇ ନାହିଁ । ଜିଲ୍ଲା ପ୍ରଶାସନ ନଭେମ୍ବରରେ ଖୋଲିବା ନିଷ୍ପଭି ନେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲିନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଧାନ କାଟି ନାଟି ଚାଷୀ ଗଦା କରି କରି ରଖିଛି। ଶୀଘ୍ର ବିକ୍ରି କରି ଧାର ସୁଝିବାକୁ ଚିନ୍ତାରେ ରହିଛି। ସେହିପରି ବାହାରେ ଧାନ ପଡ଼ିଥିବାରୁ ନଷ୍ଟ ତାର ଆଶଙ୍କା ରହିଛି। ଏପଟେ ପ୍ରଶାସନ ଦେଇଥିବା ସମୟ ବାଦେ ମାସେ ବିତି ଗଲାଣି ମାତ୍ର ମଣ୍ଡି ଖୋଲି ନାହିଁ । ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଧାନ ବେପାରୀ। । ଗାଁରେ ପହଞ୍ଚି ଧାନ ସଂଗ୍ରହ କରୁଛନ୍ତି। ବାଧ୍ଯ ହୋଇ ଚାଷୀ ସେମାନଙ୍କୁ ବିକ୍ରି କରୁଛନ୍ତି। ପ୍ରକାଶଥାଉକି ସମଗ୍ର ଗଜପତି ଜିଲ୍ଲାରେ ଅତି ତୁରନ୍ତ ଧାନ କିଣିବାକୁ ବ୍ୟବସ୍ଥା କରିବା ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାକୁ ପଚାରିବାରେ ଆଜି ସୁଦ୍ଧା ମଣ୍ଡି ଖୋଲା ଯାଇନଥିବା ସ୍ବୀକାର କରି କହିଛନ୍ତି ଆଗାମୀ ୨୯ ତାରିଖ ଦିନ ଠାରୁ ସମଗ୍ର ଗଜପତି ଜିଲ୍ଲାରେ ମଣ୍ଡି ଖୋଲା ଯିବା ନେଇ ନିଷ୍ପତ୍ତି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ