ଗଜପତିରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା “ସ୍ପୋର୍ଟସ ମିଟ୍‌”

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ‘ସ୍ପୋର୍ଟସ ମଟ୍‌’ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବ୍ଲକରେ ଅନୁଷ୍ଠିତ ହୋଇଥିବା ଏହି ସ୍ପୋର୍ଟ ମିଟ୍‌ରେ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୪୦ଗୋଟି ଯୁବକ ସଂଘର ୧୫୦ ଜଣଙ୍କୁ ନେଇ ରାୟଗଡ ଠାରେ ଥିବା ହାଇସ୍କୁଲ ପଡିଆ ଠାରେ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ପରିଚାଳନା କରିବାପାଇଁ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ, ଜଗତ୍ ଚନ୍ଦ୍ର କାର୍ଯୀ ଓ ମାଫିଆଲ୍ ସୁାଲ୍‌ସିଂ ଉପସ୍ଥିତଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡାବିତ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡ ପଞ୍ଚାୟତ ସମିତି ସଭ୍ୟ ମାଫିଏଲ ସୁଆଲ ସିଂ, ଏନ୍‌ୱାଇକେର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡ ବ୍ଲକ ଏନ୍‌ୱାଇକେର ଅଜିତ କୁମାର ଦଳପତି ଓ ଡି. ପାଇକ ଏବଂ କ୍ରେଜି ବଇସ ଯୁବକ ସଂଘର ସଦସ୍ୟ ଲକ୍ଷ୍ମଣ ପାଇକ, ଚନ୍ଦନ ପାଇକ, ଶିବରାମ ପାଇକ, ସୁୁନିଲ ମଲ୍ଲୀକ, ଏ.ଶ୍ରୀକାନ୍ତ ଦୋରା, ଶଙ୍କର ନାୟକ ସହଯୋଗ କରିଥିଲେ । ସେହିପରି ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ହାଇସ୍କୁଲ ପଡିଆରେ ମଧ୍ୟ ଏହି ‘ସ୍ପୋର୍ଟସ ମିଟ୍‌’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୪୦ଗୋଟି ଯୁବ ସଂଘର ୧୫୦ କ୍ରୀଡାବିତମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ସଫଳ ହୋଇଥିବା ଖେଳାଳୀ ମାନଙ୍କୁ ମୁଖ୍ୟ ଅତିଥି ଆର୍‌.ଉଦୟଗରି ଜିଲ୍ଲାପରିଷଦ ସଭ୍ୟ ଜାକବ ମାଝୀ, ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ବୀରଭାସ୍କର ପାଇକ, ଏନ୍‌ୱାଇକେର ଯୁବ ଅଧିକାରୀ ଶ୍ରୀମହାପାତ୍ର ଯୋଗଦେଇ ପୁରସ୍କୃତ କରିଥିଲେ । ଏହିକାର୍ଯ୍ୟକ୍ରମକୁ ପରିଚାଳନା ପାଇଁ କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଟି.ଗଙ୍ଗାଧର ପାତ୍ର, ଜିତେନ୍ଦ୍ର ବେହେରା ଏବଂ ଶୁଭମ୍ ଦଣ୍ଡସେନା ଉପସ୍ଥିତଥିବା ବେଳେ ଆର୍‌.ଉଦୟଗିରି ଏନ୍‌ୱାଇକେର ହରିଚନ୍ଦନ ପ୍ରଧାନ, ଚକାଡୋଳା ଗୌଡ, ମସିହା ମଣ୍ଡଳ, ବ୍ରହ୍ମକେଶ ଦଳାଇ, ମା ବଡ କାଳୁଆ ଯୁବକ ସଂଘର ସଦସ୍ୟ ଭାଗୀରଥି ରଇତ, ଲକ୍ଷ୍ମଣ ରଇତ ପ୍ରମୁଖ ସହଯୋଗ କରିଥିଲେ । ସେହିପରି କାଶୀନଗର ବ୍ଲକରେ ମଧ୍ୟ ଏହି ସ୍ପୋର୍ଟସ ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୦ ଜଣଙ୍କୁ ନେଇ ଭିଜି ହାଇସ୍କୁଲ ଖେଳପଡିଆରେ ଆୟୋଜନ କରାଯାଇଥିଲା । ଏହାକୁ ପରିଚାଳନା କରିବା ନିମନ୍ତେ କ୍ରୀଡାଶିକ୍ଷକ ରମା ଯୋଗୀ, ଶ୍ରୀକାଳୀ, ରାମାରାଜୁ ପ୍ରମୁଖ ଉପସ୍ଥିତଥିଲେ । ପୁରସ୍କାର ବିତରଣ ଉତ୍ସବରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ