ଗଜପତିରେ ପୁଣି ଗଞ୍ଜେଇ ଗଛ ପୋଡି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ପୁଣି ୮କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡୋଗଲା । ଏହି ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର କୁଟିଙ୍ଗିଗଣ୍ଡା ଅଞ୍ଚଳରେ ୪୨ ଏକର ଜମିରେ ଚାଷ ହୋଇଥିବା ଲକ୍ଷାଧିକ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୮.୪କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୁଚନା ମିଳିଛି । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର ଏକ ମିଳିତ ଚଢାଉରେ ଏହି ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଜପତି ଜିଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ ହୋଇଥିଲା । ଗତ ଦେଢ ମାସ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଚଢାଉ ଦ୍ୱାରା ପ୍ରାୟ ୨ଶହ କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି ।


