ଗଜପତିରେ ଭିନ୍ନକ୍ଷମ ସଶକ୍ତୀକରଣ ଅଭିଯାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ଭିନ୍ନକ୍ଷମ ସଶକ୍ତୀକରଣ ଅଭିଯାନ ଆରମ୍ଭ ହୋଇଛି । ଗୋଷାଣୀ ବ୍ଲକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇାଛି । ଏଥିରେ ଗୋଷାଣୀ ବ୍ଲକର ସମସ୍ତ ପଞ୍ଚାୟତର ବିକଳାଙ୍ଗମାନେ ଏହି ଅଭିଯାନରେ ଉପସ୍ଥିତ ଥିଲେ । ଏହି ଅଭିଯାନ ଶିବିରରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ଡାକ୍ତର ଶାନ୍ତୁନୁ କୁମାର ପାଢୀ ଏବଂ ଚକ୍ଷୁ ବିଶେଷଜ୍ଞ ଦୀପକ କୁମାର ଚୌଧୁରୀ, କର୍ଣ୍ଣ,ନାଶା, ଗଳା ବିଶେଷଜ୍ଞ ରଶ୍ମିକାନ୍ତ ମିଶ୍ରଏବଂ ଗଞ୍ଜାମ ବ୍ରହ୍ମପୁରରୁ ରେଡକ୍ରସ ଉପନିର୍ଦ୍ଦେଶକ ରୁବିକା କୁମାରୀ ଶତପଥି ପ୍ରମୁଖ ଯୋଗଦେଇଥିଲେ । ସେମାନେ ସମସ୍ତ ବିକଳାଙ୍ଗ ମାନଙ୍କୁ ଶାରୀରିକ ପରୀକ୍ଷା କରି ପ୍ରମାଣ ପତ୍ର ଦେଇଥିଲେ । ସେହିପରି ବ୍ଲକ ତରଫରୁ ଖାଉଟି କାର୍ଡ,ଭତ୍ତା, ରେଳଯାତ୍ରୀ ଏବଂ ବସଯାତ୍ରୀ ପାଇଁ ରିହାତି ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏଥିରେ ମୁଖ୍ୟ ଏବିଡିଓ ଅଭିମନ୍ୟୁ ସାହୁ ପରିଚାଳନା କରି ସମସ୍ତଙ୍କର ସୁବିଧାପାଇଁ ସାଇକେଲ, ଆଶାବାଡି, ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ ।


