ଗଜପତିରେ ରାଷ୍ଟ୍ରୀୟ ଲୋକ ଅଦାଲତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ବିଭିନ୍ନ ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ ଦାସ ଏହି ଲୋକ ଅଦାଲତକୁ ଉଦ୍ଘାଟନ କରିବା ସହ ବିଭିନ୍ନ କୋର୍ଟର ତତ୍ୱବଧାନ କରିଥିଲେ । ପ୍ରାଧିକରଣ ସମ୍ପାଦିକା ଦୀପା ଦାସଙ୍କ ଦ୍ୱାରା ପରିଚାଳିତ ଏହି ଲୋକ ଅଦାଲତରେ ପ୍ରତ୍ୟେକ୍ଷ ଭାବେ ସମସ୍ତ କୋର୍ଟ ପରିଭ୍ରମଣ କରିଥିଲେ । ସେହିପରି ଅତିରିକ୍ତ ଜିଲା ଜଜ୍ ଅରୁଣ କୁମାର ସାହୁ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ବରିଷ୍ଠ ଦେୱାନୀ ଅଧିକାରୀ ବ୍ୟମକେଶ ନାୟକ, ଏସ୍.ଡି.ଜେ.ଏମ୍. ଚନ୍ଦ୍ର ହ୍ରାସ ବେହେରା ପ୍ରମୁଖ ନିଜ ନିଜ କୋର୍ଟରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଜିଲା ଜଜଙ୍କ କୋର୍ଟରେ ଯାନବାହାନ ଜନିତ ଦୁର୍ଘଟଣା ବିଚାର କରାଯାଇ ମୋଟ ୬,୬୫,୦୦୦ କ୍ଷତିପୁରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ଲୋକ ଅଦାଲତ ମୋହନା, ଆର୍.ଉଦୟଗିରି, କାଶୀନଗରରେ ମଧ୍ୟ ଅନୁଷ୍ଠିତ ହୋଇଛି । ବହୁ ଜାତୀୟ ବ୍ୟାଙ୍କ ଏବଂ ବି.ଏସ୍.ଏନ୍.ଏଲ୍.ର ଅଧିକାରୀ ମାନେ ଯୋଗଦେଇ ସେମାନଙ୍କ ବିଭାଗୀୟ ସମ୍ବନ୍ଧୀୟ ମାମଲାର ସମାଧାନ କରିଥିଲେ । ଏହି ଲୋକ ଅଦାଲତରେ ସମୁଦାୟ ୬୮୮ଟି ମାମଲାରୁ ୭୩ ମାମଲାର ସମାଧାନ କରାଯାଇ ୯ଲକ୍ଷ ୨୫ହଜାର ୯୦୮ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।


