ଗଜପତିରେ ଲଘୁଚାପ ଜନିତ ବର୍ଷା ସାଧାରଣଙ୍କ ଅବସ୍ଥା ବେହାଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲଘୁଚାପ ଯୋଗୁଁ ଗତ ୩ଦିନ ଧରି ଗଜପତି ଜିଲ୍ଲାରେ ଲଗାତର ଭାବେ ବର୍ଷା ଲାଗିରହିଥିବାକୁ ନେଇ ସହର ଏବଂ ଆଖପାଖ ଅଞ୍ଚଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏଥିସହ ବିଭିନ୍ନ ଜଳାଶୟ ଫୁଲିବାରେ ଲାଗିଛି । ଜଳାଶୟ ଓ ନଦୀନାଳ ନିକଟରେଥିବା ଚାଷ ଜମିଗୁଡିକରେ ପାଣି ମାଡିଯାଇଥିବାର ଜଣାପଡିଛି । ଲଗାତର ଏହି ବର୍ଷା ଯୋଗୁଁ ସାଧାରଣଙ୍କ ଅବସ୍ଥା ବେହାଲ ହୋଇ ପଡିଛି । ଗତକାଲି ଏହି ବର୍ଷାର ପରିମାଣ ବୃଦ୍ଧି ହେବା ସହ ବର୍ଷାର ପରିମାଣ ବଢିଛି । ଆଜି ସକାଳୁ ସକାଳୁ ପାଗ ଠିକ୍ ହେବା ସହ ଖରା ହୋଇଥିଲା ହେଲେ ପୁଣି ମଧ୍ୟାହ୍ନରେ ଆକାସ ମେଘାଛନ୍ନ ହୋଇ ସାମାନ୍ୟ ବର୍ଷା ହୋଇଥିଲା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଆର.ଉଦୟଗିରି, ରାୟଗଡ, ମୋହନା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରୁ ନାହାଁନ୍ତି । ଯଦ୍ୱାରା ରାସ୍ତାଘାଟ ଶୁନ୍‌ସାନ୍ ହୋଇପଡିଛି । ସମଗ୍ର ଜିଲ୍ଲାରେ ୭୩.୫୯ମିମି ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି । କାଶୀନଗର ବ୍ଲକରେ ୪୮.୦୦ମିମି, ପାରଳାଖେମୁଣ୍ଡି ସହରରେ ୬୩.୦୦ମିମି, ରାୟଗଡ ବ୍ଲକରେ ୭୧.୯୦ମିମି, ଗୁମ୍ମା ବ୍ଲକରେ ୫୦.୦୦, ନୂଆଗଡ ବ୍ଲକରେ ୮୩.୬୦ମିମି, ଆର୍‌.ଉଦୟଗିରି ବ୍ଲକରେ ୭୮.୦୦ମିମି, ମୋହନା ବ୍ଲକରେ ୧୧୭.୨୦୦ମିମି, ଗୋଷାଣୀ ବ୍ଲକରେ ୭୭.୦୦ମିମି ଏପରି ଭାବେ ମୋଟ ୫୮୮.୭୦ ବର୍ଷା ହୋଇଥିବା ବେଳେ ଆନୁପାତିକ ଭାବେ ୭୩.୫୯ମିମି ବର୍ଷା ହୋଇଥିବାର ଜଣାପଡିଛି । ଏପରି ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ପୌରପରିଷଦର ମୁଖ୍ୟ ରାସ୍ତା ଗୁଡିକ ପ୍ରାୟ ଖାଲଖମା ରହିଥିବାରୁ ସେଗୁଡିକରେ ପାଣି ଜମା ରହୁଥିବା ବେଳେ ନାଳ ନର୍ଦ୍ଦମା ଗୁଡିକ ସଫେଇ ନ ହୋଇ ଅଳିଆ ଆବର୍ଜନା ସବୁ ଅଟକ ରହିଛି । ଯଦ୍ୱାରା ଏପରି ବର୍ଷା ଆଗକୁ ରହିଲେ ମଶାମାଛି ସଂଖ୍ୟା ବୃଦ୍ଧିପାଇବା ସହ ଅଞ୍ଚଳବାସୀ ସମସ୍ତ ରୋଗର ଶିକାର ହୋଇପାରିବେ ବୋଲି ଆଶଙ୍କା ଦେଖା ଦେଇଛି । ଏହା ସହିତ ଆଖପାଖ ଅଞ୍ଚଳର ଜଳାଶୟ ଗୁଡିକରେ ପାଣି ଭର୍ତ୍ତି ହୋଇ ନିକଟରେ ବା ପାଶ୍ୱର୍ରେ ଥିବା ଚାଷ ଜମି ଗୁଡିକୁ ପାଣି ମାଡିଯାଇଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିବା ସହ ଚିନ୍ତାର କାରଣ ହୋଇଛି । ଚାଷୀ ଭାଇ ମାନେ ଫସଲ ଅମଳ କରିନଥିବାବେଳେ ହଠାତ ଏପରି ଲଘୁଚାପଜନିତ ବର୍ଷା ସେମାନଙ୍କୁ ବହୁ ଅସୁବିଧାରେ ପକାଇଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ