ଗଜପତିରେ ସ୍ୱାସ୍ଥ୍ୟସେବା ଲୋକଙ୍କ ଠାରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ : ନୂତନ ସିଡିଏମଓ ଡଃ.ପାତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଭାବେ ଡାକ୍ତର ପ୍ରଦୀପ କୁମାର ପାତ୍ର ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁଏଠାରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତ୍ତମାନ ପଦନ୍ନୋତି ହେବାରୁ ଡଃ. ପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗଜପତିରେ ଏଥି ପୁର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଗୁନୁରାଣୀ ପଟ୍ଟନାୟକଙ୍କର ପଦନ୍ନୋତି ହୋଇ ଭୁବନେଶ୍ୱର ଠାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ ହୋଇଛନ୍ତି । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୂତନ ଭାବେ ଦାୟୀତ୍ୱ ନେଇଥିବା ଡାକ୍ତର ପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଡାକ୍ତର ପାତ୍ର ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ଠାରେ ପହଞ୍ଚାଇବା ମୋର ମୁଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି ।


