ଗଜପତି ଅବକାରୀ ଅଧିକାରୀଙ୍କ ଜାତୀୟ କ୍ରୀଡାରେ କୃତିତ୍ୱ ହାସଲ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଅବକାରୀ ଏଏସ୍ଆଇ ଜାତୀୟସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମରେ କୃତୀତ୍ୱ ହାସଲ କରିଥିବାର ଜଣାପଡିଛି । ଗତ ୧୧ ଠାରୁ୧୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁଣେ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଓଡିଶାର ମୋଟ ୧୪ଜଣ ଏହି ଜାତୀୟସ୍ତର ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ଅବକାରୀ ଏଏସ୍ଆଇ କିଶୋରଚନ୍ଦ୍ର ରଥ ତୃତୀୟ ଦିବସରେ ଗୋଲ୍ଡ ମେଡାଲ ପାଇଥିବା ବେଳେ ଲଙ୍ଗଜମ୍ପରେ ରୋପ୍ୟ ପଦକ ପାଇଥିବାର ସୂଚନା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଏଏସ୍ଆଇ ଶ୍ରୀ ରଥ ଏଥି ପୂର୍ବରୁ ଏଭଳି ଜାତୀୟ ଓ ଅନ୍ତର୍ଜାତୀୟ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଗଜପତି ଜିଲ୍ଲା ତଥା ଓଡିଶା ରାଜ୍ୟ ପାଇଁ ବହୁ କୃତୀତ୍ୱ ହାସଲ କରି ଗୌରବାନ୍ୱିତ କରିଛନ୍ତି । ତାଙ୍କର ଏହି କୃତିତ୍ୱ ହାସଲ ପାଇଁ ଗଜପତି ଜିଲ୍ଲାର ସବୁସ୍ତରରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।


