ଗଜପତି ଉତ୍ସବ ଦ୍ୱିତୀୟ ଦିବସରେ ଲୋକନୃତ୍ୟ ଓ ସଂଗୀତରେ ଝୁମିଲେ ଦର୍ଶକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କାଲି ଠାରୁ ଆରମ୍ଭ ହୋଇଥିବା ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ସମୃଦ୍ଧ ପରମ୍ପାରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ର ଆଜି ଦ୍ୱିତୀୟ ଦିବସର ତଥା ଦ୍ୱିତୀୟ ରଜନୀରେ ଗୀତ ନାଚ ଧୂମ ମଚାଇଛି । ଦ୍ୱିତୀୟ ସଂନ୍ଧ୍ୟାରେ ୧୩ରୁ ଉର୍ଦ୍ଧ ନୃତ୍ୟ ତଥା ଗୀତ ପରିବେଶଣ ହୋଇଥିଲା । ଏଥିରେ ରାଜ୍ୟ, ରାଜ୍ୟ ବାହାର ଏବଂ ଜିଲ୍ଲାର କଳାକାରମାନେ ଅଂଶଗ୍ରହଣ କରିଥିଲେ । ଗୁଜୁରାଟର ଗୌରବ ଲୋକନୃତ୍ୟ, ହରିଆଣାର ଫଗ୍ ଲୋକନୃତ୍ୟ, ପଶ୍ଚିମ ବଙ୍ଗଳାର ବଞ୍ଜାବ କା ଗିଧା ଲୋକ ନୃତ୍ୟ, ମଧ୍ୟ ପ୍ରଦେଶର ନୋର୍ଡା ଲୋକନୃତ୍ୟ, ରାଜସ୍ଥାନର ତାଲ୍ ବେଲିଆ ଲୋକନୃତ୍ୟ, ଆସାମର ଥାଳି ବିହୁ ଲୋକନୃତ୍ୟ, ପାରଳାଖେମୁଣ୍ଡି ସହରର ଜଗନ୍ନାଥ କଳା କେନ୍ଦ୍ର ତରଫରୁ ଓଡିଶୀ ନୃତ୍ୟ, ନୂଆଗଡ ବ୍ଲକର ଲୋକନୃତ୍ୟ, ଶ୍ରୀ ଜଗନ୍ନାଥ ନିକତେନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ତଥା ମାତୃପୀତୃହୀନ ଶିଶୁମାନଙ୍କ ନୃତ୍ୟ, କାଶୀନଗର ଏନ୍‌ଏସିର ଭକ୍ତି ମୂଳକ ନୃତ୍ୟ, ସମଲାଇ କଳା ପରିଷଦ ଏବଂ ନବୋଦୟ ବିଦ୍ୟାଳୟର ସମ୍ବଲପୁରୀ ନୃତ୍ୟ, ତେଲୁଗୁ ଗ୍ରୁପ ଡ୍ୟାନ୍ସ ସହ ପ୍ରସିଦ୍ଧ ଗିତୀକାର ତାରିକ ଅଜିଜ୍ ଏବଂ ନଭ୍ୟା ଜ୍ୟୋତିଙ୍କ ସୁମଧୂର ଗୀତ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ଜିଣିଥିଲା । ବିଶେଷ କରି ଗ୍ରୁପ ଡ୍ୟାନ୍ସ ତଥା ଲୋକ ନୃତ୍ୟ ଗୁଡିକ ବେଶ ଆକର୍ଷଣ ଓ ଶବ୍ଦଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ସେହିପରି ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁସୂଚୀତ ଜାତି, ଜନଜାତି, ସଂଖ୍ୟାଲଘୁ ପଛୁଆବର୍ଗ ବିକାଶ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଠା ପ୍ରଦୀପ ମାଝୀ, ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ. କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଉପାଧ୍ୟକ୍ଷା କୁନ୍ତଳା ମଲ୍ଲୀକ, ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ଗଜପତି ଜିଲ୍ଲାର କଳା, ସଂସ୍କୃତି, ଶିକ୍ଷା, କୃଷି ଆଦି ଅବଦାନକୁ ସ୍ମରଣ କରିଥିଲେ ଅତିଥିମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ