ଗଜପତି ଉତ୍ସବ ୨୦୨୪ ଉଦଘାଟିତ ଗଜପତିରକଳା, ସଂସ୍କୃତି ଓ ସାହିତ୍ୟ ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ମୁଖ୍ୟପୀଠ ପାରଳାଖେମୁଣ୍ଡି ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ମହାସମାରୋହରେ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି । ଗଜପତିର ଐତିହ୍ୟ, ସଂସ୍କୃତି, କଳା ଓ ସାହିତ୍ୟ ଏବଂ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ନବ ଓଡିଶା ନିର୍ମାଣର ଅବଦାନ ସାରା ଓଡିଶାକୁ ଗଜପତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଉତ୍ସବରେ ଅତିଥିମାନେ ପ୍ରକାଶ କରିଥିଲେ. ଗତକାଲି ଅପରାହ୍ନରେ ମହେନ୍ଦ୍ରଗିରିରୁ ଅଣାଯାଇ ଜଗନ୍ନାଥ ମନ୍ଦିରରେ ରଖାଯାଇଥିବା ଜ୍ୟୋତିକୁ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ଅଣାଯାଇଥିଲା । ପରେ ଗଜପତି ଉତ୍ସବ ପତାକା ଉତ୍ତୋଳନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ | ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର କଳାକାରଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ପ୍ରଥମ ରଜନୀରେ ଆୟୋଜିତ ସଭାରେ ଜିଲ୍ଲାପାଳ ତଥା ଗଜପତି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଅଧ୍ଯକ୍ଷତା କରିଥିଲେ। ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥ୍ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଜି ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଥିଲେ।ମୁଖ୍ୟଅତିଥ୍ ଗଜପତି ଜିଲ୍ଲାକୁ ଏକ ସଂସ୍କୃତି ସମ୍ପନ୍ନସ୍ଥଳୀ ରୂପେ ବିବେଚନା କରି ଏଠାକାର ମାଟିର ମହତ୍ବ ଗୁଣ‌ଗାନ କରିଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚନ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ, ସମ୍ବର୍ଦ୍ଧନା ସମାରୋହ କରାଯାଇଥିଲା। ପଲ୍ଲିଶ୍ରୀ ମେଳା, ଲୋକ କଳା ଉତ୍ସବ,କୃଷିମେଳା ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି। ମୁଖ୍ୟଅତିଥିଙ୍କ ସମେତ ମଞ୍ଚାସୀନ ଅତିଥ ଏହି ଅବସରରେ ଖୋଲା ଯାଇଥିବା ପବ୍ଲିଶ୍ରୀମେଳା ସମେତ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ପରିଦର୍ଶନ କରି ପ୍ରଶଂସା କରିଥିଲେ | ଗତକାଲିର ପ୍ରଥମ ରଜନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଦଳ ମଧ୍ୟରେ ଆସାମର ବିନ୍ଦୁ, ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ପୁରୀର ଗୋଟି ପୁଅ ଏବଂ ମୟୁରଭଞ୍ଜର ଝୁମର ସମେତ ଜିଲ୍ଲା ଏବଂ ଜିଲ୍ଲା ବାହାର ବିଭିନ୍ନ ସାଂସ୍କୃତିକ ଏବଂ ବିଭିନ୍ନ ନାଚ ଗୀତରେ ଦୁଲୁକୁଛି ମଞ୍ଚ ସହ ଅଞ୍ଚଳ ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ମଞ୍ଚ ସମେତ ସମଗ୍ର ଷ୍ଟାଡିଯମ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ଗଜପତି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପାଞ୍ଚ ଦିନ ଧରି ଚାଲୁ ରହିବା ସେହିପରି ଓର୍‌ମାସ୍ ଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳା ଲାଗି ବିଭିନ୍ନ ଷ୍ଟଲ୍ ଗୁଡିକରେ ବିଶେଷ କରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଉତ୍ପାଦିତ ବିଭିନ୍ନ ସାମଗ୍ରୀ କ୍ରୟ କରିବାପାଇଁ ଭିଡ ଜମୁଥିବାର ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ