ଗଜପତି ଏଏସପିଙ୍କ ପିଏସଓ ଗୁଳିରେ ହୋମଗାର୍ଡ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅତିରିକ୍ତ ଏସ୍‌ପି ପିଏସଓଙ୍କ ଗୁଳିରେ ହୋମ-ଗାର୍ଡ ଆହତ ହୋଇଥିବା ଜଣାଯାଇଛି. ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଏସ୍‌ପି ଅଫିସ ପରିସରରେ ଏହି ଘଟଣାଟି ଘଟିଛି. ଗୁରୁତର ଅବସ୍ଥାରେ ହୋମ-ଗାର୍ଡ ଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଡାକ୍ତରଖାନା ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଗତ ୨୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଗାଡ଼ି ଡ୍ରାଇଭର ସିଟ୍‌ରେ ହୋମ-ଗାର୍ଡ ବସିଥିବା ବେଳେ ସାଇଡ୍ ସିଟ୍‌ରେ ପିଏସଓ ବସିଥିଲେ। ଉଭୟ କ‌ଥାବାର୍ଭା ହେଉଥିଲେ। ଏହି ସମୟରେ ପିଏସଓ ତାଙ୍କ ସର୍ଭିସ୍ ପିସ୍ତଲ ସଫା କରୁଥିଲେ। ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ। ପିଏସଓ ବନ୍ଧୁକ ସଫା କରିବା ସମୟରେ ଅସାବଧାନତା ଯୋଗୁଁ ଗୁଳି ଫୁଟି ଥିଲା। ହୋମ୍‌ଗାର୍ଡଙ୍କ ବାମ ଗୋଡ଼ ଆଣ୍ଠୁରେ ୯ ଏମ୍‌ଏମ୍ ଗୁଳି ପଶି ଆରପଟେ ବାହାରି ଡାହାଣ ଗୋଡ଼ରେ ବାଜିଥିଲା. ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ସମ୍ପୃକ୍ତ ଘଟଣା ନେଇ ପାରଳାଖେମୁଣ୍ଡି ଥାନାରେ କୌଣସି ମାମଲା ରୁଜୁ ହୋଇନଥୁବା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ