ଗଜପତି ଏସପି ଦ୍ୱାରା ଉନମୋଚନ ହେଲା କରୋନା ସଚେତନତା ସଂଗୀତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା କରୋନାକୁ ସଚେତନତା କରାଇବା ପାଇଂ ଗଜପତି ଆରକ୍ଷି ଅଧ୍ୟକ୍ଷା ସାରା ସର୍ମା ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ସେଥି ମଧ୍ୟରୁ ପ୍ରଥମେ ଗୀତ ମାଧ୍ୟମରେ ସଚେତନତା କରାଇଥିବା ବେଳେ ପଥ ପ୍ରାନ୍ତକ ନାଟକରେ ମଧ୍ୟ ସଚେତନତା କରାଇଥିଲେ । ଆଜି ପ୍ରବାସୀ ଓଡିଆଙ୍କୁ ଦୁଃଖ ବୁଝି ଖାଦ୍ୟ ଯୋଗାଇ ପୁଣି ଚର୍ଚ୍ଚାରେ ଗଜପତି ଏସପି । ତାଙ୍କରି ଦ୍ୱାରା ଆଜି ମୋହନା ଥାନା ଅଧିକାରୀ ଗାଇଥିବା ସଚେତନତା କରୋନା ଗୀତକୁ ଅଡିଓ ଓ ଭିଡିଓଙ୍କୁ ଉନମୋଚନ କରାଇଥିଲେ । ଗୋଗ୍ରୀନା ସଂଗୀତ କଳା ଓ କ୍ରୀଡା ସାଂସଦ ଏହାର ଆୟୋଜନ କରିଥିବା ବେଳେ ଗୀତିକାର ସୁଜିତ କୁମାର ସାହୁ ସଂଗୀତର ସ୍ୱର ସଂଯୋଜନା କରିଥିଲେ । ଗାୟକ ମୋହନା ଥାନା ଅଧିକାରୀ ସୁଜିତ କମାର ନାୟକ, ମ୍ୟୁଜିକ୍‌ର ଶ୍ରୀଧର କୁମାର ନାୟକ, ଜିତେନ୍ଦ୍ର ବଳିଆର ସିଂ, ସାଜସଜ୍ଜା ସୁଜ୍ଞାନ ସାଗର ଓ ଉପଦେଷ୍ଟା ଶିକ୍ଷାବିତ୍ ମଧୁସୁଦନ ପାଢୀଙ୍କ ଅକ୍ଳାନ୍ତ ଉଦ୍ୟମରେ କରୋନା ସଚେତନତା ସଂଗୀତଟି ପ୍ରସ୍ତୁତ କରାଯାଇଥିଲା । ଏହା ଏକ ହୃଦୟ ସ୍ୱର୍ଶୀ ସଚେତନତାମୂଳକ ସଂଗୀତଟି ସନମାନରେ ଆଦୃତ ହେବ ବୋଲି ଥାନା ଅଧିକାରି ଶ୍ରି ନାୟକ ଓ ଗିତିକାର ସାହୁ ଆଶା ବ୍ୟକ୍ତ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି, ଜିଲ୍ଲା ପୁଲିସ କର୍ମଚାରୀ ମୋହନା ଥାନା କର୍ମଚାରି, ଗଣମାଧ୍ୟମ ପ୍ରତିନିଧି ଓ ଗୋଗ୍ରାନ ଏକାଡେମିକର ସମସ୍ତ କର୍ମକର୍ତା ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ