ଭାରତ-ଚୀନ ସୀମା ପରିସ୍ଥିତି ନେଇ ଅବାସ୍ତବ ଖବର ପରିବେଷଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ପରାମର୍ଶ
ନୂଆଦିଲ୍ଲୀ : ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ ଖବର ପରିବେଷଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ପରାମର୍ଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଭାରତ ଓ ଚିନ ମଧ୍ୟରେ ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ କେତେକ ଗଣମାଧ୍ୟମ ମନଘଡା ଖବର ପ୍ରକାଶ କରି ସାଧାରଣରେ ବିଭ୍ରାନ୍ତ କରୁଥିବାରୁ ଏଥିରୁ ନିର୍ବୃତ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି,


